ବ୍ଲକ ପ୍ରମୋଦ ଉଦ୍ୟାନରେ ୧୧୦ କିସମର ଫୁଲଚାରା ରୋପଣ
ଡେଲାଙ୍ଗ---ବିଭିନ୍ନ ପଞ୍ଚାୟତରେ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉଦ୍ୟନମାନ ନିର୍ମାଣ କରାଯାଉଛି।ଏହି ପରିପ୍ରେକ୍ଷୀରେ ନବବର୍ଷ ଉପଲକ୍ଷେ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ପ୍ରମୋଦ ଉଦ୍ୟାନରେ ବିଭିନ୍ନ ସଂସ୍ଥା,ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପ୍ରକୃତିପ୍ରେମୀଙ୍କ ପକ୍ଷରୁ ଉପହାର ସ୍ୱରୂପ ମିଳିଥିବା ବିଭିନ୍ନ କିସମର ୧୧୦ ଗୋଟି ଫୁଲ ଚାରାଗୁଡିକୁ ସୋମବାର ରୋପଣ କରାଯାଇଛି।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ,ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ,ପିଇଓ ପୂର୍ଣ୍ଣଚନ୍ଦ୍ର ଦାସ,ଚାଇଁପୁର ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା, ମୁନିନ୍ଦା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡ଼ା, ପରିବେଶକର୍ମୀ ଆଲୋକ ସ୍ବାଇଁ, ଜଗଦୀଶ ପ୍ରଧାନ, ସୁଶାନ୍ତ ପଟ୍ଟନାୟକଙ୍କ ସମେତ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇ ଏହି ଫୁଲ ଚାରା ରୋପଣ କରିଥିଲେ।ପରିବେଶ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ଜନସାଧାରଣ ବ୍ୟାପକ ବୃକ୍ଷ ରୋପଣ କରିବା ସହ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୩/୧/୨୦୨୨----୧୦, ୨୦ Sakhigopal News,3/1/2022