ପ୍ରଦୀପ ମହାରଥିଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ, ଅଙ୍ଗନବାଡି ଗୃହ ଲୋକାର୍ପଣ
ଡେଲାଙ୍ଗ---ଦିବଂଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର ନୂତନ ବିଦ୍ୟାଳୟ, ଅଙ୍ଗନବାଡି ଗୃହ ଲୋକାର୍ପଣ ସହିତ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଉଦୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପିପିଲି-ଡେଲାଙ୍ଗ ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ନୂତନ ବିଦ୍ୟାଳୟ ଗୃହ ଲୋକାର୍ପଣ କରିଥିଲେ। ଉତ୍ସବରେ ଡେଲାଙ୍ଗ ବ୍ଲକ ବିଜୁଜନତା ଦଳ ସଭାପତି ବୈରାଗୀ ଜେନା ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଶିଶୁ ପ୍ରକଳ୍ପ ଅଧିକାରୀ ହାରାମଣି ନାୟକ, ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ,ସହକାରୀ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା,ଲକ୍ଷ୍ମଣ ପ୍ରଧାନ,ଗୁଆଳିପଡା ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ଜେନା,ବେରବୋଇ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ସ୍ବାଇଁ,ସମିତି ସଭ୍ୟ ଅଭିମନ୍ୟୁ ରାଉତ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନର୍ମଦା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ସୁଧୀର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ ।
ଭୋଜନ ପରିବେଷଣ ପାଇଁ ଭୋଜନଶାଳା,ଖେଳ ପଡିଆ ଓ ଶିଶୁ ଉଦ୍ୟାନ,ଅତିରିକ୍ତ ୩ ସହ ଅଧୁରା ପାଚେରି ନିର୍ମାଣ, ବାଳିକା ଶୌଚାଳୟ,ଛାତ୍ରଛାତ୍ରୀ ବସିବା ପାଇଁ ଆସବାବପତ୍ର ବ୍ୟବସ୍ଥା,ବିଦ୍ୟାଳୟ ରୂପାନ୍ତରିକରଣ ତଥା ୧୯୪୪ମସିହା ପୂର୍ବରୁ ଏହା ଡଂପୁର ମୌଳିକ ବିଦ୍ୟାଳୟ ରୂପେ ଗଢି ଉଠିଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଏକ ପ୍ରତିମୂର୍ତ୍ତି ସ୍ଥାପନ ଆଦି ଦାବି ରହିଛି ବୋଲି ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ବେହେରା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ୨ହଳ ପୋଷାକ ଓ ହଳେ ଜୋତା ବିତରଣ କରାଯାଇଥିଲା।ପରିବେଶକର୍ମୀ ବିଶ୍ଵଜିତ ପରିଡ଼ା ବିଧାୟକଙ୍କୁ ନାରିକେଳ ବୃକ୍ଷ ଉପହାର ଦେଇ ପରିବେଶ ସୁରକ୍ଷା ପାଇଁ ଏହାର ଯତ୍ନ ନେବାକୁ ନିବେଦନ କରିଥିଲେ।ପରେ ଅତିଥିମାନେ ୨ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର କରାଯାଇଥିବା ପଞ୍ଚୁପଲ୍ଲା ଅଙ୍ଗନବାଡି ଗୃହ ଉଦଘାଟନ କରିଥିଲେ। ପଞ୍ଚାୟତ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୮/୧୨/୨୦୨୧---୯,୧୫ ,

Sakhigopal News,8/12/2021