ଜଟଣୀ ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
Voluntary blood donation camp at Jatani College.
ଜଟଣୀ----- ଜଟଣୀ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ଼ରିବନ୍ କ୍ଲବ ଆନୁକୂଲ୍ୟରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ବିଶ୍ବାଳ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଡ. ତପନ ମିଶ୍ର, ଗଣେଶ୍ଵର ମଲ୍ଲିକ, ପବିତ୍ରା ପଦ୍ମାସନା, ମହାବୀର ପ୍ରସାଦ ବେହେରା, ଦିପ୍ ସୁନ୍ଦର ବେହେରା, ଡ. ଆଲୋକ କୁମାର ଛୋଟରାୟ, ଡ. ସନ୍ତୋଷ କୁମାର ବିଶ୍ୱାଳ ପ୍ରଭୃତି ଅଧ୍ୟାପକ ଓ ଅଧ୍ୟାପିକାମାନେ ରକ୍ତଦାନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଜଟଣୀ ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କ ସହଯୋଗରେ ଭୁବନେଶ୍ଵର ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର କଲ୍ୟାଣ କୁମାର ସରକାର ଓ ତାଙ୍କ ସହକର୍ମୀଙ୍କ ତତ୍ବାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା ।
ଉକ୍ତ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ପରିଶେଷରେ ରକ୍ତଦାତାଙ୍କୁ ମାନପତ୍ର ଓ ପରିଚୟ ପତ୍ର ପ୍ରଦାନ ସହ ଯୁବ ରେଡ଼କ୍ରସର କାଉନସେଲର ଅଧ୍ୟାପିକା ପରିମିତା ପ୍ରହରାଜ, ଅଧ୍ୟାପକ କାର୍ତିକ ଦାସ ଓ ଡ. ଆଲୋକ କୁମାର ଛୋଟରାୟଙ୍କ ସହ ଡ. ଅମିତ ବିକ୍ରମ ପଟ୍ଟନାୟକ, ପ୍ରତାପ ମହାପାତ୍ର, ପ୍ରୀତିସୀମା ସାଇଁ, ପ୍ରଜ୍ଞା ପାରମିତା ମିଶ୍ର, ପାୟଲ ରାଠୋର, ଲିଜାରାଣୀ ସାମନ୍ତରାୟ, ରଶ୍ମୀରେଖା ମହାତି, ଶୁଭସ୍ମିତା ଘଟୁଆରୀ, ସସ୍ମିତା ପଣ୍ଡା, ଡ. କମଳ କୁମାର ପାଣି, ପ୍ରଣିତା ପ୍ରହରାଜ, ପ୍ରଭାସ କୁମାର ଲାଲା, ଶାନ୍ତନୁ କୁମାର ପଟ୍ଟନାୟକ, କୁମାରେଶ ଛୋଟରାୟ, ସୁଜାତା ନନ୍ଦ, ଅଜିତ ସୁନ୍ଦରାୟ, ରଜନୀ କୁମାର ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧୨/୨୦୨୧----୯,୦୦
Sakhigopal News, 8/12/2021