Breaking News

ବିଦ୍ୟାଧରପୁର ଗ୍ରାମରେ ମା ଚର୍ଚ୍ଚିକା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞର ପୂର୍ଣ୍ଣାହୂତି

In the village of Vidyadharpur, the inauguration of the temple of Ma Churchika and the completion of the yajna.

 


ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଇଷ୍ଟଦେବୀ ମା ଚର୍ଚ୍ଚିକା ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ସିଂହସନକୁ ମା ବିଜେ କରିବା ସହିତ ମନ୍ଦିରର ପାଶ୍ୱର୍ଦେବତା ପ୍ରତିଷ୍ଠା ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା କରାଯାଇଥିଲା । ଅଙ୍କୁରାରୋପଣ,ଧ୍ୟାନଧିବାସ, ମଣ୍ଡଳ ରଣ, କଳସଯାତ୍ରା, ଘଟମଣ୍ଡଳ ପୂଜା, ଅଗ୍ନିସ୍ଥାପନ ନୂତନ ବିଗ୍ରହ ସ୍ନାନ, ସପ୍ତସତୀ ମନ୍ତ୍ରରେ ଆହୁତି କରାଯାଇଥିଲା । ପ୍ରତ୍ୟହ ସୂର୍ଯ୍ୟପୂଜା, ଗୋପୂଜା, ନାମସଂକୀର୍ତ୍ତନ କରାଯାଇଥିଲା ।  କର୍ତ୍ତା ଭାବେ ଦୁଃ+ଶାସନ ପ୍ରଧାନ, ରଶ୍ମିତା ପ୍ରଧାନ ରହିଥିବା ବେଳେ ପଣ୍ଡିତ ମୃତ୍ୟୁଞ୍ଜୟ ଦାଶ ଓ ସହଯୋଗୀ ମାନେ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ କାର୍ଯ୍ୟ  ସମାପନ୍ନ କରିଥିଲେ ।ଏହି ଉତ୍ସବରେ ଅତିଥି ଭାବେ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶଙ୍କ ସହିତ ଆଖ ପାଖ ଗ୍ରାମ ପଞ୍ଚାୟତର ସରପଞ୍ଚଓ ସମିତିସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମରେ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଟ ସ୍ଥାପନ କରାଯିବାସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା  । ମନ୍ଦିରକୁ ଫୁଲରେ ସଜା ଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୧----୭,୧୫ 

   Sakhigopal News , 8/12/2021

Blog Archive

Popular Posts