ସାକ୍ଷୀଗୋପାଳ ମନ୍ଦିରରେ ଦେବ ଦୀପାବଳି ପାଳିତ
Dev Diwali is celebrated at the Sakshigopala temple.
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ମନ୍ଦିରରେ ଦେବ ଦୀପାବଳି ପର୍ବ ପରମ୍ପରା କ୍ରମେ ରବିବାର ପାଳିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିବା ସହିତ ଠାକୁରଙ୍କ ପିତୃ ପୁରୁଷ ନନ୍ଦ, ଯଶୋଦା, ଦେବକୀ ଓ ବାସୁଦେବଙ୍କୁ ଦୀପଦାନ କରିଥିେଲେ । ସେବାୟତ =ମନ୍ଦିର ଚୁଡାକୁ ଉଠି ମହାଦୀପ ଜଳାଇ ଜଗତ କଲ୍ୟାଣ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ଛାମୁ ମଶାଲ ସେବକ ଓ ମାଳି ସେବକ ମାନେ ମନ୍ଦିର ସିଂହଦ୍ୱାର, ଅରୁଣସମ୍ଭ, ଗରୁଡସମ୍ଭ, ମଦନମୋହନ ମନ୍ଦିର ବିଭିନ୍ନ ପାଶ୍ୱର୍ ଦେବା ଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେହିପରି ଯାଗାମହାବୀର, ମାଳେଶ୍ୱରୀ, ଜାଗେଶ୍ୱରୀ, ଅନନ୍ତେଶ୍ୱର, ରତ୍ନେଶ୍ୱର, ତ୍ରିନାଥ ଦେବଙ୍କ ମନ୍ଦିର, ସେବାୟତସଂଘ କାର୍ଯ୍ୟାଳୟ ଓ ଯାଗାଘରେ ଦୀପ ଜଳାଯାଇଥିଲା । ମାତ୍ର ଜୱାଦି ବାତ୍ୟା ଯୋଗୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା କମଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୨/୨୦୨୧
Sakhigopal News, 5/12/221