ପଞ୍ଚାୟତ ବିକାଶ ମଞ୍ଚ ତରଫରୁ ଷ୍ଟ୍ରିଟ୍ ଲାଇଟ ମରାମତି ପାଇଁ ଦାବି
ଓଡ଼ଗାଁ:- ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ରେ ଷ୍ଟ୍ରିଟ୍ ଲାଇଟ ଅଚଳ ହୋଇ ପଡିଛି। ଗାଁ ଗାଁ କୁ ଆଲୋକିତ କରିବା ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏଥିରୁ ବଞ୍ଚିତ ହୋଇଛନ୍ତି ପାଣ୍ଡେରିପଡା ପଞ୍ଚାୟତ ବାସୀ। ପୂର୍ବରୁ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ ସବୁ ଖରାପ ହୋଇପଡିଛି। ଏହାସହ କିଛି ଷ୍ଟ୍ରିଟ୍ ଲାଇଟ ଖମ୍ବ ରୁ ଲାଇଟ ଶୂନ୍ଯ ହେଇଗଲାଣି। ଏ ଦିଗ ପ୍ରତି କାହାରି ନଜର ନାହିଁ । ପଞ୍ଚାୟତରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଓ ଅଚଳ ହୋଇ ରହିଥିବା ଷ୍ଟ୍ରିଟ୍ ଲାଇଟ କୁ ମରାମତି ପାଇଁ ପଞ୍ଚାୟତ ବିକାଶ ମଞ୍ଚ ତରଫରୁ ଭିଏଲଡବ୍ଳୁ୍ୟୁ ଙ୍କ ଜରିଆରେ ପଞ୍ଚାୟତ ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ବିକାଶ ମଞ୍ଚର ସଭାପତି ବିଭୂତି ରାଉତ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ଓ ଯୁଗ୍ମ- ସଂପାଦକ ଦିଲ୍ଲୀପ୍ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
- ୮/୧୨/୨୧ ---୯,୧୦
Sakhigopal News,8/12/2021