ସାକ୍ଷୀଗୋପାଳ ବଜାରରେ ସମ୍ବାବ୍ୟ ବାତ୍ୟାକୁ ନଜର କରି ଆଳୁ ଗାଏବ
Potatoes will disappear in Sakshigopala Bazaar due to possible storms.
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବଜାରରେ ଏବେ ଆଳୁ ଗାଏବ ହୋଇଯାଇଛି । ଆଳୁ ବେପାରୀ ମାନେ ସାମ୍ବାବ୍ୟ ବାତ୍ୟାକୁ ଲକ୍ଷ୍ୟ ରଖି ଆଳୁ ବସ୍ତା ଗାଏବ କରି ଦେଇଛନ୍ତି । ଲୋକମାନେ ବାତ୍ୟାକୁ ନଜର କରି ବସ୍ତା ବସ୍ତା ଆଳୁ କିଣି ନେଉଛନ୍ତି । ଏହାର ଫାଇଦା ଉଠାଇବା ପାଇଁ କେତେକ ଅସାଧୁ ପରିବା ଦେକାନୀ ଆଳୁ ବସ୍ତା ଏବେ ଉଭାନ କରି ଦେଇଛନ୍ତି । ଆଳୁ କିଲୋ ୧୨ଟଙ୍କାରୁ ୧୫ ଟଙ୍କା ରହିଥିବା ବେଳେ ଏବେ ୧୭ରୁ ୨୦ ଟଙ୍କା ହୋଇଯାଇଛି । ତୁରନ୍ତ ସତ୍ୟବାଦୀ ପ୍ରଶାସନ ଏହି ଅସାଧୁ ବ୍ୟବସାୟୀ ମାନଙ୍କ ଗୋଦାମ ଉପରେ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨/୧୨/୨୦୨୧---୮,୪୦
Sakhigopal News, 2/12/2021