ବନ ବିଭାଗ ପକ୍ଷରୁ ସାଗୁଆନ କାଠ ଜବତ
Saguan wood was seized by the forest department.
ବଲାଙ୍ଗୀର----ବଡ଼ମାଲ ବନ ବିଭାଗ ପକ୍ଷରୁ ସାଗୁଆନ କାଠ ଜବତ କରିଛି ।ଦିନକୁ ଦିନ କାଠ ମାଫିଆଙ୍କ ସଂଖ୍ୟ ବଢ଼ିଚାଲିଛି । ବର୍ଣି ସଂରକ୍ଷିତ ଜଙ୍ଗଲ ଦିନକୁ ଦିନ କ୍ଷତି ହେବାରେ ଲାଗିଛି।ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଞ୍ଜ ଅନ୍ତର୍ଗତ ବଡମାଲ ଫପସି ଗ୍ରାମରୁ ବଡମାଲ ଫାଣ୍ଡି ଅଧିକାରୀ ଏସଏସ ସାହୁ ଓ ବଡମାଲ ଫରେଷ୍ଟ ଡିଭିଜନର ମିଳିତ ଉଦ୍ୟମରେ ଫପସି ଗ୍ରାମର ଇବ୍ରାହିମ୍ ଖାନଙ୍କ ଘରେ ଚଢାଉ କରି ପାଖାପାଖି ୬୪ ଖଣ୍ଡ ଶାଗୁଆନ କାଠ ଜବତ କରିଛି । କାଠ କୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲଣା କରାଯିବ ବୋଲି ବଡ଼ମାଲ ବନବିଭାଗ ଅଧିକାରୀ ପ୍ରିୟଙ୍କା ପୋଢ଼ ସୂଚନା ଦେଇଛନ୍ତି। ଜବତ ହୋଇଥିବା କାଠ ର ଆନୁମାନିକ ମୂଲ୍ୟ ୬୦ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗ,୨/୧୨/୨୦୨୧----୧୦,୨୦ Sakhigopal News,2/12/2021