Breaking News

ପୂର୍ବଶତ୍ରୃତା କୁ ନେଇ ଗଣ୍ଡଗୋଳ ,୩ ଗିରଫ

Riots erupt over previous feud, 3 arrested.
ଭଞ୍ଜନଗର-- ତାରସିଂ ଥାନା ଅନ୍ତର୍ଗତ ତୋଲଡି ଗାଁ ରେ ପୂର୍ବଶତ୍ରୃତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଏହି ଘଟଣାରେ , ଉକ୍ତ ଗ୍ରାମର ସୁରଥ ନାଇକଙ୍କ ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସନଂ ୩୨୮/୨୧ରେ  ୩ ଅଭିଯୁକ୍ତଙ୍କୁ ଗିରଫ କରି  କୋର୍ଟ ଚାଳଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଗିରଫ  ଅଭିଯୁକ୍ତ ମାନେ  ହେଲେ ଗୋକୁଳ ନାଇକ,କାଳିଆ ନାଇକ ଓ ଅର୍ଜୁନ ନାଇକ। ଖବର ନେବାରେ ସୁରଥ ନାଇକ ବହୁ ସମୟରେ ଭୁବନେଶ୍ୱର ରେ ରହୁଥିଲେ । ମଝିରେ ମଝିରେ ସେ ଗ୍ରାମକୁ ଆସି କିଛି ଦିନ ରହନ୍ତି । ଗାଁ ରେ ରହିବା ସମୟରେ ସୁରଥ ମଦପାନ କରି ଗାଁ ର ଲୋକଙ୍କୁ ଗାଳି ଗୁଲଜ କରେ । ଉକ୍ତ ଗ୍ରାମର କାଳିଆ ନାଇକ ଓ ବଳିଆ ନାଇକକୁ ସୁରଥ ଏକ ଗାଡିଆରୁ କିଛି ମାଛ ଧରିବା ପାଇଁ କହିବାରୁ କାଳିଆ ନ ଯିବାରୁ , ସୁରଥ କାଳିଆକୁ ମାଡ ମାରି ଥିଲା । ଏହି ଘଟଣାକୁ ନେଇ କାଳିଆର ବାପା ସୁରଥକୁ ପଚାରିବାରୁ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ସୁରଥ ତାର ପରଦିନ ଭୁବନେଶ୍ୱର ଚାଲିଯାଇଥିଲେ । ସୁରଥ ଭୁବନେଶ୍ୱର ଯିବାର କିଛି ଦିନ ପରେ ପୁଣି ଗ୍ରାମକୁ ଫେରି ମଦପାନ କରି ୩ ସଂପୃକ୍ତ ୩ ଜଣଙ୍କୁ ଗାଳିଗୁଲଜ କରିଥିଲା । ଫଳରେ  ସୁରଥକୁ ଗୋକୁଳ ,କାଳିଆ ଓ ଅର୍ଜୁନ ମିଶି ମାଡ ମାରିବାରୁ ସୁରଥ ଗୁରୁତର ହୋଇଥିଲା । ଆହତ ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତିକରାଯିବା ପରେ , ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ  ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ସ୍ବାସ୍ଥ୍ୟବସ୍ଥା ଭଲ ହୋଇ  ସୁରଥ ଗ୍ରାମକୁ ଫେରିବା ପରେ ୧/୧୨/୨୦୨୧ ରେ ତି ଜଣ ନାମରେ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲା  । ଏହି ଆଧାରରେ ସଂପୃକ୍ତ  ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୨/୨୦୨୧  
 Sakhigopal News,3/12/2021

Blog Archive

Popular Posts