Breaking News

ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଉଦଘାଟନୀ ମ୍ୟାଚ ରେ ସେମିଳିଗୁଡା ବିଜୟୀ

Semiliguda wins inaugural match of inter-college football tournament
ଭଞ୍ଜନଗର---- ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର   ଖେଳ ପଡିଆରେ ୫୧ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି । 
ପ୍ରଥମ ମ୍ୟାଚ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଏବଂ କୋରାପୁଟ ସରକାରୀ କଲେଜ ମଧ୍ୟରେ ଅନୁଷ୍ଠିତ ହେବାରଥିଲା  ।  କିନ୍ତୁ ବ୍ରହ୍ମପୁର ଟିମ୍ ନ ଆସିବାରୁ କୋରାପୁଟ ବାଇ ପାଇ ପରବର୍ତ୍ତୀ ରାଉଣ୍ଡ ରେ ପ୍ରବେଶ କରିଛି।  ଦ୍ବିତୀୟ ମ୍ୟାଚ ସେମିଳିଗୁଡା କୁ ଲକ୍ଷ୍ମୀପୁର ମଧ୍ୟରେ ହୋଇଥିଲା। ଏଥିରେ ସେମିଳିଗୁଡା ୩-୦ ଗୋଲରେ ବିଜୟୀ ହୋଇଥିଲା।  ଦଳପକ୍ଷରୁ ଗୁଡ଼ୁ ଜାନି ୨ ଟି ଗୋଲ ଦେଇଥିଲେ। ଆଜିର ମ୍ୟାଚରେ ପି ରମେଶ ରେଫରୀ ଥିବା ବେଳେ ଗଣେଶ ବାହାଦୁର ଓ ନିଶାକର ସ୍ୱାଇଁ ଲାଇନ୍ସ ମ୍ୟାନ୍ ଥିଲେ।  ଚତୁର୍ଥ ରେଫରୀ ବିଚିତ୍ର ଜେନା ଥିଲେ।  ମ୍ୟାଚ କୁ କଲେଜ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟ କ୍ରୀଡା ସଂସଦ ସହ ସମ୍ପାଦକ ରାଜେଶ ମହାନ୍ତି, ଉପସଭାପତି ଆମସ ପାଟମାଝୀ , ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ,  ଅଧ୍ୟାପକ ବୁଦ୍ଧେଶ୍ବର ଗୋପାଳ ଗୋତ୍ର, ଅଧ୍ୟାପିକା ରାଜଶ୍ରୀ ନାୟକ, ମନ୍ଦାକିନୀ ପଣ୍ଡା ପ୍ରତିଯୋଗିତା କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୨/୨୦୨୧----୮,୩୦   
Sakhigopal News,3/12/2021

Blog Archive

Popular Posts