Breaking News

ଦେଓଗାଁ ରୁ ରାଷ୍ଟ୍ରପତି ଭବନକୁ ଯିବ ଧାନରେ ନିର୍ମିତ ଗଣେଶ ମୂର୍ତ୍ତି

Ganesha idol made of rice will go from Deogaon to Rashtrapati Bhavan.
ବଲାଙ୍ଗୀର----ଗୋଟିଏ ମୂର୍ତ୍ତି ପାଇଁ ୩୨ ହଜାର ଟଙ୍କା ପାଇବେ କାରିଗର।ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସିଆଲ ବାହାଲି ଗାଁ ର ହସ୍ତଶିଳ୍ପୀ କୁ ନେଇ ରାଷ୍ଟ୍ରପତି ଭାବନରୁ ବରାଦ ଆସିଛି ଧାନରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ତିଆରି କରିବା ପାଇଁ ତାଙ୍କ ନିକଟକୁ ବରାଦ ଆସିଛି।ବରାଦ ପାଇବା ପରେ ସୁନ୍ଦର ଗଣେଶ ମୂର୍ତ୍ତି ତିଆରି କରିବାରେ ଲାଗିପଡିଛନ୍ତି  କନେହି ଓ ପୁରା ପରିବାର। କଳା ମାଧ୍ୟମରେ ପରିବାର ପୋଷଣ କରୁଛନ୍ତି କନେହିଙ୍କ ପରିବାର । ଧାନ ସୁତା ବାଉଁଶ ପତି ଓ ଅଠା ବ୍ୟବହାର କରି ଅତି ସୁନ୍ଦର ଭାବେ ପ୍ରତିମା ତିଆରି କରିଛନ୍ତି । ୫୬୦ ଗୋଟି ଭଳିକି ଭଳି ଏହି ଭଳି ପ୍ରତିମା ତିଆରି କରିବାରେ ଦକ୍ଷତା ରଖୁଛନ୍ତି କନେହି।ପ୍ରତିମା ତିଆରି କରିବାରେ ତାଙ୍କୁ ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ  ସହଯୋଗ କରିଥାନ୍ତି। ଅନ୍ୟ ପଟେ ସେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରି ଏହିଭଳି କାର୍ଯ୍ୟର ତାଲିମ ଦେଉଛନ୍ତି କନେହି। ତିଆରି କରିଥିବା ମୂର୍ତ୍ତିକୁ ବୁଲି ବୁଲି ବିକ୍ରି କରିଥାନ୍ତି କନେହି । ଏହି କାମ ପାଇଁ ତାକୁ ଆଜିବି ସରକାରୀ ସହାୟତା ମିଳିନାହିଁ କି କୌଣସି ପ୍ରକାରର ସୁବିଧା ଓ ସୁଯୋଗ ମିଳିନ ଥିବାରୁ ଖୁବ୍ଧ ପ୍ରକାଶ କରିଛନ୍ତି କନେହି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୪/୧୨/୨୦୨୧ ----୪,୧୦
  Sakhigopal News,4/12/2021

Blog Archive

Popular Posts