ଓଡିଆଣି ବେଶରେ ମା ଶ୍ରୀରାଧାଙ୍କ ପାଦ ଦର୍ଶନରୁ ବଞ୍ଚିତ ହେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
Millions of devotees have been deprived of the sight of Maa Sriradha's footsteps in Oriya costumes.
ସାକ୍ଷୀଗୋପାଳ ----- ରାଜ୍ୟ ସରକାର କୋଭିଡ ଯୋଗୁ ସମସ୍ତ ଯାନିଯାତ୍ରା ଉପରେ ରୋକ ଲାଗାଇଛନ୍ତି । ସେଥିଯୋଗୁ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଯାତ୍ରା ଅବସରରେ ୧୪୪ ଜାରି କରିଛି ଜିଲ୍ଲା ପ୍ରଶାସନ । ପୁରୀ ଏସପି କନୱାର ବିଶାଳ ସିଂ ପୂବାହ୍ନରେ ସାକ୍ଷୀଗୋପାଳ ଆସିଥିଲେ । ମନ୍ଦିର ନିକଟରେ କିଛି ସମୟ ପାଇଁ ଅଟକି ପରିସ୍ଥିତି ପରଖିଥଲେ । ପ୍ରଭୁ ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ‘ଶ୍ରୀ ରାଧାଙ୍କର ଓଡିଆଣୀ ବେଶ ଅନୁଷ୍ଠିତ ହୋଇଯାଇଛି । ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ । ଏ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ମନ୍ଦିର ନିକଟରେ ୧୪୪ ଧାରା ଜାରି କରିଛନ୍ତି । ବିନା ଭକ୍ତରେ ଶେଷ ହୋଇଯାଇଛି ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ । ପୁରୀ ରଥଯାତ୍ର ପରେ ଏହା ଜିଲ୍ଲ।।ରେ ଦୁତୀୟ ଘଟଣା ବୋଲି ସେବାୟତ ମାନେ କହନ୍ତି । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି । ଯେଉଁ ସେବାୟତ ମାନେ ଆଜି ଠାକୁରଙ୍କ ସେବାରେ ନିୟୋଜିତ ରହିଛନ୍ତି ସେମାନେ ଏହି ଦୁଲ୍ଲର୍ଭ ବେଶ ଦେଖିବାର ସୁଯୋଗ ପାଇଛନ୍ତି । ମାତ୍ର ସାଧାରଣ ଭକ୍ତ ଏଥିରୁ ବଞ୍ଚିତ ହୋଇଛନ୍ତି । ଓଡିଆଣି ବେଶରେ ମା ଶ୍ରୀରାଧା ବର୍ଷକୁ ଥରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବାର ପରମ୍ପରା ରହିଥିଲେ ମଧ୍ୟ ରାଜ୍ୟରେ ମହାମାରୀ କରୋନା ଯୋଗୁ ଜିଲ୍ଲା ପ୍ରଶାସନ ଭକ୍ତ ମାନଙ୍କୁ ମନ୍ଦିର ନ ଯିବା ପାଇଁ ବାରଣ କରିଛନ୍ତି । ପୁରୀ ଏସପି କନୱାର ବିଶ୍ୱାଳସିଂ, ଉପଜିଲ୍ଲାପାଳ ଭଗତରଣ ସାହୁ, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ଦେବୀ ପ୍ରସାଦ ପାତ୍ର ଏକ ପ୍ଳାଟୁନ ଫୋର୍ସ ସହିତ ଅନ୍ୟ ଅଧିକାରୀ ମାନେ ମନ୍ଦିର ଫାଣ୍ଡି ଠାରେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ମୌସୁମି ମିଶ୍ର, ବିଡିଓ କ୍ଷୀରୋଦ କୁମାର ପ୍ରଧାନଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସୁଚନା ଯୋଗ୍ୟ ଯେ ଅନ୍ୟ ବର୍ଷରେ ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଲମ୍ବାଧାଡି ଲାଗିରହିଥାଏ ମାତ୍ର ଏ ବର୍ଷ ରାସ୍ତା ଘାଟ ଓ ମନ୍ଦିର ସମ୍ପର୍ଣ୍ଣ ଫାଙ୍କା ରହିଛି । କେବଳ ସେବାୟତ ମାନେ ମନ୍ଦିର ପାଖରେ ବୁଲୁଥିବାର ଦେଖାଯାଇଥିଲା । ଆଜି ସକାଳ ୪ଟାରେ ମନ୍ଦିର ଦ୍ୱାର ଉନ୍ନୋଚନ, ମଙ୍ଗଳ ଆଳତି ଆଦି ଠାକୁରଙ୍କର ନୀତିକାନ୍ତି ସରିବା ପରେ ସେବାୟତ ମାନେ ଠାକୁର ଓ ମା ରାଧା=ଙ୍କୁ ବେଶ କରାଇଥିଲେ । ଏହି ବେଶରେ ଶ୍ରୀରାଧାଙ୍କୁ ପାଟଶାଢୀ କାଣିଆକଛା ମାରିଥିବା ବେଳେ ମସ୍ତକରେ ସ୍ୱବର୍ଣ୍ଣ କିରଟି, ଅଁଳାମାଳ, ହରଡମାଳ, ବାଘନଖି, ଡେଉଁରିଆ ମାଳ, କମରପଟି,ଦ୍ରାବିଡଚନ୍ଦ୍ର, ମୟୁରବସାଗୁଣା, ର୍ନୋଥ, ତାବିଜ, ସେବତୀହାର, ପାଦପଦ୍ମ ,ପାଉଁଜି, ଝୁଣ୍ଟିଆ, ଆଦି ସ୍ୱବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ । ପଣତ କାନିରେ ଗୁଆ, ଦୁବ ଓ ଅରୁଆ ଚାଉଳ ଲୁଗାରେ ଗଣ୍ଠି ପଡି ପଛପଟକୁ ପଡିବାର ପରମ୍ପରା ରହିଛି । ଅନ୍ୟ ପକ୍ଷେ ପରମ୍ପରା କ୍ରମେ ସିଦ୍ଧବକୁଳ ପୀଠରେ ହବିଷ୍ୟାଳି ମାନେ ସେଠାରେ ହବିଷ୍ୟାନ୍ନ ରାନ୍ଧି ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମଙ୍କୁ ସମର୍ପଣ କରି ପ୍ରସାଦ ପାଇବାର ପରମ୍ପରା ରହିଥିଲେ ମଧ୍ୟ ଏ ବର୍ଷ ସେଠାରେ ମଧ୍ୟ ଭକ୍ତନଥିଲେ । ସେବାୟତ ଦେବରାଜ ପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ ପ୍ରସାଦ ଭୋଗ କରିଥିଲେ । ଭକ୍ତ ମାନେ ସେଠାରୁ ପ୍ରସାଦ କିଣିକି ନେଉଥିବା ବେଳେ କେତେକ ହବିଷ୍ୟାଳି ମାନେ ସେଠାରେ ପ୍ରସାଦ ପାଇଥିଲେ । ସେହିପରି ପଞ୍ଚସଖା ପଡିଆରେ ଆୟୋଜିତ ଶ୍ରୀ ରାଧା ଉତ୍ସବ ଓ ପଲ୍ଳଶ୍ରୀ ମେଳା ବନ୍ଦ ରହିଛି । ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିକଟରେ ତୁଳସି ଓ ଅଁଳା ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ରଥ ଆୟୋଜନ କରିଥିଲେ । ଭାରତ ବିକାଶ ପରିଷଦରର ଓଡିଶା ପାନ୍ଥ ସଚ୍ଚିବ ବସନ୍ତ କୁମାର ମିଶ୍ର, ଙ୍କ ସହିତ ଟିକିନା= ମିଶ୍ର, ରିତା ତ୍ରାପାଠୀ, ୍ରନ୍ନପୂର୍ଣ୍ଣ ପ୍ରଧାନ, ନିଳକଣ୍ଠ ବାରିକ, କାଜଲ ମହାପାତ୍ର= ମନସ୍ୱତା ବାରିକ ମଞ୍ଜୁଳା ପ୍ରଧାନ ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବକୁଳବନ ନିକଟରେ କୁନାଲ ନାୟକ ବାଳୁକାଶିଳ୍ପୀ । ଯୁଗଳ କୃଷ୍ଣରାଧାଙ୍କ ମୁତ୍ତି କରିଥିଲେ । ଗୋଟିଏ =ପଟେ ଜିଲ୍ଲା ପ୍ରଶାସନ ୧୪୪ ଜାରି କରିଥବା ବେଳେ ଲଘୁଚାପ ଜନିତ ବର୍ଷା ସାକ୍ଷୀଗୋପାଳରେ ସକାଳୁ ଲାଗିରହିଛି । ସେହିପରି ସାକ୍ଷୀଗୋପାଳରେ ଭୋଗ ଦେକାନ ଗୁଡିକ ଖୋଲା ରହିଥିବା ବେଳେ ଲୋକମାନଙ୍କର ଦେଖା ନଥିଲା ।