ବାଇଦାସଙ୍କ ଗାଦିବ୍ରହ୍ମ ପୀଠରେ ଅଁଳାନବମୀ ପର୍ବ ପାଳନ
Celebrating the Alanabami festival at Baidasa's Gadibrahma Peetha
ଡେଲାଙ୍ଗ ----= ପୁରୀ ଜିଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେନୁପଡା ଗ୍ରାମରେ ଅବସ୍ଥିତ ବାଇଆଦାସ ଗାଦିବ୍ରହ୍ମ ପୀଠ ତଥା ବେନୁପଡା ମଠ ବେଶ ପରିଚିତ । ଏଠାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳାନବମୀ ପର୍ବ ପାଳନ ହୋଇଥାଏ । ସାକ୍ଷୀଗୋପାଳ ମନ୍ଦିରରେ ଆଜି ମଧ୍ୟ ଅଁଳାନବମୀ ପର୍ବ ପାଳନ । ମାତ୍ର ଫରକ୍ ହୋଉଛି ସାକ୍ଷୀଗୋପାଳ ମନ୍ଦିରରେ ମା ‘ରାଧା’ଙ୍କର ପାଦ ଦର୍ଶନ ମିଳୁଥିବା ବେଳେ ଏଠାରେ ସିଦ୍ଧ ମହାପୁରୁଷ ତଥା ବେନୁପଡା ଗାଦିବ୍ରହ୍ମ ମଠର ପ୍ରତିଷ୍ଠାତା ବାଇ ଦାସଙ୍କ ମା ସାଧବାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ କରାଯାଏ । ଜନମାନସରୁ ବା କେତକ ଗନ୍ଥରୁ ଜଣାପଡେ ଯେ ବାଇଦାସ ଘର ଛାଡି ଏଠାରେ ରହିବା ପରେ ତାଙ୍କର ବିଧମା ମା କିପରି ଚଳିବେ ସେଥି ପାଇଁ ବାଇ ଦାସଙ୍କ ପାଖକୁ ଆସି କହିଥିଲେ ଯେ ତୁ ଏଠାରେ ରହିଲୁ ମୁଁ କ’ଣ ଖାଇକି ବଞ୍ଚିବି । ଏହାଶୁଣି ବାଇ ଦାସ ତୁରନ୍ତ ଏକ ଧାନ ଓଳିଆ ଦେଇଥିଲେ । ମାଙ୍କୁ କହିଥିଲେ ମା ତୁ ଏହାକୁ ନଖୋଲି ହାତଭତ୍ତି କରି ଧାନ କାଡିବୁ ତାକୁ ବିକିବଟା କରି ଚଳିବୁ । କିଛିଦିନ ପରେ ସାଧବ ସନ୍ଦେହ ପ୍ରକାଶ କରି ସେହି ଧାନ ଓଳିଆଟିକୁ ଖୋଲି ଦେଇଥିଲେ । ଖୋଲିଦେବା ପରେ ତାହା ଖାଲି ଦେଖି ମନ ଦୁଃଖରେ ପୁଅ ବାଇ ଦାସଙ୍କୁ ପାଖକୁ ଆସି କହିଥିଲା । ବାଇ ଦାସଙ୍କ ପାଟିରୁ ବାହାରି ପଡିଥିଲା ବାଘଖାଇ କ’ଣ କରିଲୁ । ଅଳ୍ପ ସମୟ ପରେ ବାଇଦାସଙ୍କ ମା ସାଧବାଙ୍କୁ ଗ୍ରାମ ମୁଣ୍ଡରେ ଥିବା ଏକ ପଡିଆକୁ ବାଘ ନେଇଯାଇଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବେନୁପଡା ମଠରେ ମହା କାର୍ତ୍ତିକ ମାସ ଅଁଳାନବମୀ ପର୍ବ ପାଳନ ହୋଇ ଆସୁଛି । ଏହି ଦିନ ଅପରାହ୍ନରୁ ଅହର୍ନିଶ ନାମ ସଂକୀର୍ତ୍ତନ ସହିତ ଏକ ଯଜ୍ଞର ଆୟୋଜନ କରାଯାଇଥାଏ । ମଠ ତରଫରୁ ହଜାର ହଜାର ଭକ୍ତ ମାନଙ୍କୁ ପ୍ରସାଦ ସେବନର ସୁଯୋଗ ମିଳିଥାଏ ମାତ୍ର କରୋନା ଯୋଗୁ ଏ ବର୍ଷ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସବୁ ରୋକ କରାଯାଇଛି । ଏଥିପାଇଁ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇନଥିଲା । ଏହି ଅବସରରେ ଭକ୍ତ ମାନେ ମଠରେ ଥିବା ସିଦ୍ଧପଞ୍ଚ ମହାପୁରୁଷଙ୍କ ଗାଦିରେ ପୂଜାର୍ଚ୍ଚନା କରିବା ସହିତ ଚଳନ୍ତି ପ୍ରତିମା ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀଙ୍କୁ ପୂଜା କରିଥିଲେ । କୋଭିଡ-୧୯ ଅନୁଯାୟୀ ମଠ ତରଫରୁ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରୁ ଯଜ୍ଞ ଓ ନାମସଂକୀର୍ତ୍ତନର ଆୟୋଜନ କରାଯାଇଛି ।
Celebrating the Alanabami festival at Baidasa's Gadibrahma Peetha
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୧/୨୦୨୧=---୮,୧୦
Sakhigopal News, 12/11/2021