Breaking News

ଓଡ଼ଗାଁ ରେ କଂଗ୍ରେସ ର ୬ ଘଣ୍ଟିଆ ଧର୍ମଘଟ ,ସଫଳ


The four-hour Congress strike in Odisha was successful
ଓଡ଼ଗାଁ:- ଶିକ୍ଷୟତ୍ରୀ ମମିତା ମେହେର ହତ୍ଯା ଘଟଣା ରେ ପରିସର ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ଗିରଫ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବିରେ ଓଡ଼ଗାଁ ବ୍ଳକ ଛକ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ବ୍ଳକ କଂଗ୍ରେସ ୬ ଘଣ୍ଟିଆ ଧାରଣା ଦେଇଛି। 

      ମମିତା ମେହେର ହତ୍ଯା ଘଟଣା ଦିନକୁ ଦିନ ତୀବ୍ରତର ହେବା ସହ ଏହାକୁ କେନ୍ଦ୍ର କରି ଉଭୟ ବିଜେପି, କଂଗ୍ରେସ ଆନ୍ଦୋଳନ କରିଆସୁଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହା ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ ପରେ ହରତାଳ ହୋଇପାରିବ କିନ୍ତୁ ବଜାର ବନ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେଣୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ଓଡ଼ଗାଁ ଠାରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଧାରଣା ଦିଆଯାଇଥିଲା। ଏହି ଧାରଣା ରେ ଉପସ୍ଥିତ ଥିବା କଂଗ୍ରେସ ନେତା ମାନେ ବିଜେଡି ସରକାର ଙ୍କ ବିରୋଧରେ ନାରାବାଜି କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଗିରଫ ନହେବା ଯାଏ ଓ ମମିତା ମେହେର କୁ ନ୍ୟାୟ ନଦେବା ଯାଏ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଥିଲେ। 
    ଓଡ଼ଗାଁ ଠାରେ ଆୟୋଜିତ କଂଗ୍ରେସ ହରତାଳ ରେ ନୟାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ସାହୁ, ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ଏନଏସି ସଭାପତି ଜଗନ୍ନାଥ ନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବସନ୍ତ କର,ଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରତାପ ପ୍ରହରାଜ, ଯୋଗିନାଥ ଗୌଡ, ବାଇନାଥ ପ୍ରଧାନ, ଆର୍ତ ନାୟକ, ନିରଞ୍ଜନ ରାଉତ, ବିଭୂତି ରାଉତ ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଜିଲ୍ଲା ସେବାଦଳ ସଂଯୋଜକ ବିମଳ ଦାସ, ରମେଶ ମହାପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ । 

The four-hour Congress strike in Odisha was successful
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:- ୧୨/୧୧/୨୧ ---୭,୪୫   
 Sakhigopal News,12/11/2021

Blog Archive

Popular Posts