Breaking News

ଜଗନ୍ନାଥ ପ୍ରସାଦ ସି. ପି. ଆଇ ପରିଷଦ ର କାର୍ଯ୍ୟକାରୀ କମିଟି ବୈଠକ

Jagannath Prasad c. P. I Council Executive Committee Meeting

ଭଞ୍ଜନଗର,- ସ୍ଥାନୀୟ ନାୟକ ଭବନ ପରିସରରେ ଜଗନ୍ନାଥ ପ୍ରସାଦ ସି ପି. ଆଇ ଆଞ୍ଚଳିକ ପରିଷଦ ର କାର୍ଯ୍ୟକାରୀ କମିଟି ବୈଠକ ସୁରେନ୍ଦ୍ର ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଓ କମ୍ୟୁନିଷ୍ଟ ନେତା ଆଇନଜୀବୀ ସୋମନାଥ ନାୟକ ଯୋଗ ଦେଇଥିଲେ। ଶାଖା ସମ୍ପାଦକ ମାନେ ଯୋଗ ଦେଇ ଆଲୋଚନା ରେ ଭାଗନେଇ ଥିଲେ । ସର୍ବ ସମ୍ମତିକ୍ରମେ  ରୁଢାପଦାର, ଗାୟାଗଣ୍ଡା, ତାରାସିଂଗି, କୋକଳବା, ଝାଡ଼ଭୂମି, ବୁଡୁରୁଙ୍ଗୁ, ଚଢିଆପଲ୍ଲୀ, କାଦୁଆ ଓ ପଞ୍ଚଭୂତି ଗ୍ରାମ ପଞ୍ଚାୟତ ମାନଙ୍କରେ ୱାର୍ଡ ସଭ୍ୟ ଠୁ ଆରମ୍ଭ କରି ସରପଞ୍ଚ ସମିତି ସଭ୍ୟ ପ୍ରାର୍ଥୀ ଦିଆଯିବ। ଆବଶ୍ୟକ ସ୍ଥଳେ ଅନ୍ୟ ବାମପନ୍ଥୀ ଦଳଙ୍କ ସହ ସମୋଝୋତା କରାଯିବ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବସାଥୀ  ନାୟକ, ପବିତ୍ର ନାୟକ, ବାଳକୃଷ୍ଣ ନାୟକ, ଅଭିମନ୍ୟୁ ନାୟକ, ଜଳନ୍ଧର ନାୟକ, ବାଳିନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ଶେଷରେ ଆଞ୍ଚଳିକ ସମ୍ପାଦକ ବିପ୍ର ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅଞ୍ଚଳ ପରିଷଦର ସାଧାରଣ ବୈଠକ ପଞ୍ଚଭୂତି ଠାରେ ଆସନ୍ତା ୨୦ ତାରିଖ ରେ ଅନୁଷ୍ଠିତ ହେବାପାଇଁ ମଧ୍ୟ ସ୍ଥିର କରାଯାଇଛି । Jagannath Prasad c. P. I Council Executive Committee Meeting
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୧----୮,୪୦  
Sakhigopal News,6/11/2021

Blog Archive

Popular Posts