Breaking News

ସାନଭାଇ ର ବୋମାମାଡ଼ ରେ ବଡଭାଇ ଗୁରୁତର


The elder brother is serious in the younger brother’s bombing ।

ଓଡ଼ଗାଁ:- ଓଡ଼ଗା ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ଝୋଲା ବଜାର ଟ୍ରାଫିକ ପୋଷ୍ଟ ନିକଟରେ ଶୁକ୍ରବାର ସଂନ୍ଧ୍ଯା ରେ ବୋମାମାଡ଼ ହୋଇଛି। ବୋମାମାଡ଼ ରେ ପ୍ରଦୀପ ନାୟକ(୩୪) ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବାହାଡ଼ଝୋଲା ମାଣିକପାଟଣା ହରିଜନ ସାହି ର ଦୁଇ ଭାଇ ଦିଲ୍ଲୀପ୍ ନାୟକ ଓ ପ୍ରଦୀପ ନାୟକ। ଦିଲ୍ଲୀପ୍ ନାୟକ ସାନ ଭାଇ ହୋଇଥିବା ବେଳେ, ପ୍ରଦୀପ ବଡ଼। କିନ୍ତୁ ଉଭୟ ଭାଇ ଭାଇ ମଧ୍ଯରେ ପାରିବାରିକ କଳହ ଲାଗି ରହିଥିଲା। ତେଣୁ ଉଭୟ ଦୁଇ ଭାଇ ଏକାଠି ନରହି ପଡୋଶୀ ଭାବେ ଅଲଗା ହୋଇ ରହୁଥିଲେ।  ପାରିବାରିକ ତିକ୍ତତା ଲାଗିରହିଥିବାରୁ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ସଂନ୍ଧ୍ଯା ରେ ସାନ ଭାଇ ଦିଲ୍ଲୀପ୍ ବଡ଼ ଭାଇ ପ୍ରଦୀପ ନାୟକ ଙ୍କ ଉପର କୁ ବୋମାମାଡ଼ କରିଥିଲା। ବୋମାମାଡ଼ ର ଶିକାର ହୋଇ ବଡ଼ ଭାଇ ପ୍ରଦୀପ ରାସ୍ତା ଉପରେ ଗୁରୁତର ହୋଇ ଟଳି ପଡିଥିଲା। 
            ତେବେ ଏହି ବୋମା କେଉଁଠାରୁ ଆସିଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଥିବା ବେଳେ, ବୋମାମାଡ଼ ଖବର ପାଇଁ ଓଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାମାଡ଼ କରିଥବା ସାନ ଭାଇ ଦିଲ୍ଲୀପ୍ କୁ ନିଜ ହେପାଜତ କୁ ଆଣିବା ସହ ଗୁରୁତର ପ୍ରଦୀପ କୁ ଓଡ଼ଗାଁ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ଜଣାପଡିଛି। 
The elder brother is serious in the younger brother’s bombing ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:-୬/୧୧/ ୨୧ ----୯,୧୫ 
 Sakhigopal News,6/11/2021

Blog Archive

Popular Posts