Breaking News

କଡାକଡି ହେଉନି ପୁଲିସ ପେଟ୍ରୋଲିଂ, ତାଲାଭାଙ୍ଗି ଫାର୍ମହାଉସରୁ ଲୁଟ୍‌


May the kardfads be a robbery of pulius petrol, Talesvangi Farmhouseଜଟଣୀ,----ଜଟଣୀ ଓ ଏୟାରଫିଲ୍ଡ ଥାନା ଅଧିନସ୍ଥ କେତେକ ଅଞ୍ଚଳରେ ପୁଲିସର ପେଟ୍ରୋଲିଂ କଡାକଡି ହେଉନଥିବା ଅଭିଯୋଗ  ହେଉଛି । ସାଧାରଣ ଲୋକମାନଙ୍କ ଘରୁ ଦିବାଲୋକରେ ଲୁଟପାଟ ହେଉଥିବା ବେଳେ ଖୋଦ ସାମ୍ବାଦିକ ମଧ୍ୟ ବାଦ ପଡିନାହାନ୍ତି  ଲୁଟେରାମାନଙ୍କ ନଜରରୁ  ।  ମଦ,ବ୍ରାଉନସୁଗର ଓ ଗଞ୍ଜେଇ ଇତ୍ୟାଦି ଚୋରା ବ୍ୟବସାୟ ଚାଲୁଥିବା ବେଳେ ପୁଲିସ ମୂଖ୍ୟରାସ୍ତାରେ ଦିନକୁ ଦୁଇଓଳି ପିସିଆର ଭ୍ୟାନ ବୁଲାଇ ଡ୍ୟୁଟି ପାଳନ କରିଦେଇ ଚୁପ ହୋଇ ବସି ରହୁଛନ୍ତି । ଖେଳପଡିଆ,ପରିତ୍ୟକ୍ତ ଓ ନିର୍ମାଣଧୀନ ଗୃହ ଓ ମାଙ୍କଡାପଥର ଖଣି ପ୍ରଭୃତିରେ ଏହି ଚୋରା ନିଶାବ୍ୟବସାୟ ଚାଲୁଥିବା ବିଭିନ୍ନ ଗ୍ରାମରୁ ଅଭିଯୋଗ ହେଉଛି । ଚୋରା ନିଶା ବ୍ୟବସାୟକୁ ରୋକ ଲଗାଇବାଲାଗି ପ୍ରୟାସ କରୁଥିବା ଗଣମାଧ୍ୟମ ମଧ୍ୟ ଏହି ଦୁର୍ବୁତଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗପତ୍ରରୁ ସୁଚନାମିଳିଛି । ବୁଧବାର ବିଳମ୍ବିତ ରାତିରେ ଏୟାରଫିଲ୍ଡଥାନା ଅନ୍ତର୍ଗତ ମୁଣ୍ଡଳଗ୍ରାମର କାର୍ଯ୍ୟରତ ସାମ୍ବାଦିକ ହୃଦାନନ୍ଦ କୋଦମାସିଂହଙ୍କ ଫାର୍ମହାଉସରୁ ବିଭିନ୍ନ ଆସବାବପତ୍ର କେହି ଦୁର୍ବୁତ ଆକ୍ରୋଶମୂଳକଭାବେ ଚୋରି କରିନେଇଥିବା ହୃଦାନନ୍ଦ ଥାନାରେ ଅଭିଯୋଗ କରିଛନ୍ତି । ପ୍ରତିଦିନଭଳି କିଛି ଶ୍ରମିକ ଫାର୍ମହାଉସରେ କାମ ସାରିବାପରେ ଏଠାରେଥିବା ଘରେ ସମସ୍ତ ସାମଗ୍ରୀ ରଖିଯାଇଥିଲେ । ମାତ୍ର ସେଠାରେ କେହି ରାତ୍ରୀଯାପନ କରୁନଥିବାର ସୁଯୋଗନେଇ ବିଳମ୍ବିତ ରାତିରେ ଉକ୍ତ ଘରର ତାଲାଭାଙ୍ଗି ସେଥିରେ ଥିବା ୫ଟି ବଡସିଲଭର କୁଣ୍ଡ, ଏକ ପାଣିପମ୍ପ,୩ଟି ବଡଟବ,୪ଟି ହାଣ୍ଡି,୪ଟି ବାଲଟି,ଏକ ଟ୍ରକ ବ୍ୟାଟେରୀ, ୪ଟି କୋଦାଳ, ୫ଟି କୋଡି ଇତ୍ୟାଦିକୁ ଲୁଟିନେଇଛନ୍ତି । ଶ୍ରମିକମାନେ କାମକୁ ଆସିବାପୁର୍ବରୁ ହୃଦାନନ୍ଦ ଫାର୍ମହାଉସକୁ ଆସିଥିଲେ । ମାତ୍ର ଉକ୍ତ ଘରର ତାଲାଭାଙ୍ଗି ପଡିଥିବା ବେଳେ ସମସ୍ତ ଆସବାବପତ୍ର ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଖବରଲେଖା ହେବାପର୍ଯ୍ୟନ୍ତ ପୁଲିସ ଏଥିରେ ସଂପୃକ୍ତ କାହାରିକୁ ଗିରଫ କରିନଥିବା ଜଣାପଡିଛି ।

May the kardfads be a robbery of pulius petrol, Talesvangi Farmhouse

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୬/୧୧/୨୦୨୧----୬,୨୦  

 Sakhigopal News, 6/11/2021


Blog Archive

Popular Posts