ମହାଭୈରବୀ ବେଶରେ ଦର୍ଶନ ଦେଲେ ମା’ଦକ୍ଷୀଣକାଳୀ ; ପୀଠରେ ୧୪୪ଜାରି. ବିନା ଭକ୍ତରେ ଶେଷହେଳା କାଳୀପୁଜା
Maa Dakshinakali appeared in the guise of Mahabhairavi; 16 years on the back. Kali Puja is the last time without devotees
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ତନ୍ତ୍ରପୀଠ ଭାବରେ ବୀରଗୋବିନ୍ଦପୁର ପୂଜିତା ମା’ ଦକ୍ଷିଣକାଳୀ ବେଶ ପରିଚିତ । ଏଠାରେ ମା ବର୍ଷକ ଯାକ ପଟ୍ଟଚିତ୍ରରେ ପୂଜା ପାଇଥାନ୍ତି । ବର୍ଷକୁ ଥରେ ମା ମୃଣ୍ମୟ ମୂର୍ତ୍ତି ରେ ପୂଜା ପାଇବା ସହ ମହାବୈରବୀ ବେଶରେ ଦର୍ଶନର ସୁଯୋଗ ମିଳିଥାଏ । ଗୁରୁବାର ରାତିରେ ମା’ଙ୍କର ସମସ୍ତ ନୀତିକାନ୍ତି ସରିବା ପରେ ମହାଭୈରବୀ ବେଶ ସେବାୟତଙ୍କ ଦ୍ୱାରା କରାଯାଇଥିଲା । ବର୍ଷକୁ ଥରେ ମା’ ଙ୍କରଏହି ବେଶ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ହଜାର ହଜାର ଦର୍ଶକ ଦର୍ଶନ କରିବା ସହ ମାନସିକ ପୂଜା ଅର୍ଚ୍ଚନା ଆଦି କରିଥାନ୍ତି । ମାତ୍ର ମହାମାରୀ କରୋନା ଯୋଗୁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡି ଲାଇନି ଅନୁଯାୟୀ ଜି୍ଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଏକ ପ୍ଳାଟୁନ ଫୋର୍ସ ସହିତ ବୀରଗୋବିନ୍ଦପୁର ଗ୍ରାମର ସମସ୍ତ ପ୍ରବେଶ ପଥ ସିଲ କରିବା ସହ ଭକ୍ତଙ୍କୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଦେଇନଥିଲେ । ଯେଉଁ ଭକ୍ତ ମାନେ ଯାଉଛନ୍ତି ଗ୍ରାମର ପ୍ରବେଶ ପଥରେ ପୋଲିସ ଅଟକାଇ ସେମାନଙ୍କୁ ବାରଣ କରୁଛନ୍ତି । ମାତ୍ର କଟକଣା ଯୋଗୁ ବିନା ଭକ୍ତରେ ମାଙ୍କର ମହାଭୈରବୀ ଦର୍ଶନ ଶେଷ ହୋଇ ବିଳମ୍ବିତ ରାତିରେ ମା’ଙ୍କର ଭଷାଣୀ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପରିପେକ୍ଷୀରେ ଗ୍ରାମକୋଠ ପକ୍ଷରୁ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରାଯାଇଥିବା ବେଳେ ଗ୍ରାମ ଦାଣ୍ଡରେ ରଙ୍ଗବେରଙ୍ଗର ଉଜ୍ୱଳ ଆଲୋକ ଲାଗିଥିଲା । ସତ୍ୟବାଦୀ ତହସିଲଦାର ଦାୟତ୍ୱରେ ଥିବା ବିଡିଓ କ୍ଷୀରୋଦ କୁମାର ନାୟକ=ଙ୍କ ସହିତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ମାନେ ସେଠାରେ ଉପସ୍ଥିତ ରହିଥିଲେ । କୋଭିଡ -୧୯ ଆଇନ ଅନୁଯାୟୀ ବିଳମ୍ବିତ ରାତିରେ ଘଣ୍ଟ, ମାଦଳ, ବାଜା , ନିରାଡମ୍ବର ଶୋଭାଯାତ୍ରାରେ ମା ଦକ୍ଷୀଣକାଳୀଙ୍କ ମୃଣ୍ମୟ ମୂର୍ତ୍ତି ଗ୍ରାମ ପରିକ୍ରମା କରାଯାଇଥିଲା । ବୀରପ୍ରତାପୁର ଓ ସମଯାଜପୁରର ଦୁଇ ଭଉଣୀ କାମରୂପା ଓ ଉଗ୍ରତାରାଙ୍କ ସହିତ ଏକ ଶୋଭାଯାତ୍ରାରେ ଚନ୍ଦନପୁରଠାରେ ଭକ୍ତ ମାନଙ୍କୁ ଶେଷ ଦର୍ଶନ ଦେଇ ଭାର୍ଗବୀ ନଦୀରେ ବିସର୍ଜନ ହୋଇଥିଲେ ।
Maa Dakshinakali appeared in the guise of Mahabhairavi; 16 years on the back. Kali Puja is the last time without devotees
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୧/୨୦୨୧---୧୦,୪୫
Sakhigopal News,5/11/2021