ବରାଳ ବାଲୁଙ୍କେଶ୍ୱର ଦେବଙ୍କ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଗାଡି ପାକିଂକୁ ନେଇ ମାରପିଟ; ୩ ଗିରଫ
Fighting over vehicle parking between two service groups of Baral Balunkeshwar Dev; 3 arrested.
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ବରାଳ ଗ୍ରାମରେ ଥିବା ବାବା ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଗାଡି ହଟାଇବାକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି । ଦୁଇ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ସତ୍ୟବାଦୀ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ କାର୍ତ୍ତିକ ମାସ ସୋମବାର ହୋଇଥିବାରୁ ଭକ୍ତ ମାନେ ଦର୍ଶନ କରିବା ପାଇଁ ଆସିଥିଲେ । ଏକ ଅଟୋ ଠିଆ ହୋଇଥିଲା । ସେଠାରୁ ଗାଡି ହଟେଇବା ପାଇଁ କହିବା ପରେ ଦୁଇ ସେବାୟତଙ୍କ ମଧ୍ୟରେ କଥା କାଟା କଟି ହୋଇଥିଲା । ପରେ ତାହା ଉଗ୍ରରୂପ ନେଇଥିଲା । ସରୋଜିନୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଜଗୁଆ ମହାପାତ୍ର, ପଫୁ ମହାପାତ୍ର ଓ ଆନନ୍ଦ ମହାପାତ୍ରଙ୍କୁ ପୋଲିସ ଗିରଫ କରିଛି । ସେହିପରି ଗାୟତ୍ରୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଥାନାରେ ଏକ କେସରୁଜ କରାଯାଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ରଙ୍କ ଠାରୁସୁଚନା ମିଳିଛି ।
Fighting over vehicle parking between two service groups of Baral Balunkeshwar Dev; 3 arrested.
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୧/୨୦୨୧----୯,୪୦ Sakhigopal News, 8/11/2021