ଶ୍ରୀଅରବିନ୍ଦ ନୂତନ ପାଠଚକ୍ର ଉଦଘାଟିତ
Sri Aurobindo inaugurates new course .
ଭଞ୍ଜନଗର,- ଭଞ୍ଜନଗର ବ୍ଲକ ଜିଲୁଣ୍ଡିରେ ପଦ୍ମ ଚରଣ ସେଠୀଙ୍କ ବାସଭବନରେ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଶ୍ରୀଅରବିନ୍ଦ ନୂତନ ପାଠଚକ୍ର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ଵାଳ, ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା, ରମେଶ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବ୍ଲକ ସଂଗଠିକା ରତ୍ନ ମଞ୍ଜରୀ ପାଢି ପାଠଚକ୍ରର ଉଦ୍ଧେଶ୍ୟ ସମ୍ପର୍କରେ କହିଥିଲେ। ମାତୃ ବନ୍ଦନା ରଞ୍ଜିତା ପାଣିଗ୍ରାହୀ ଗାନ କରିଥିଲେ। ସୁନନ୍ଦା ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବ୍ଲକ ସଂଗଠକ ବାବୁଲା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
Sri Aurobindo inaugurates new course .
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୧----୫,୪୦