ଜଗନ୍ନାଥ ଚେତନା ଦଳ ସାକ୍ଷୀଗୋପାଳ ମନ୍ଦିରରେ ଭଜନ କୀର୍ତ୍ତନ କଲେ
The Jagannath consciousness group performed hymns at the Sakshigopala temple
ସାକ୍ଷୀଗୋପାଳ----- ଘରେ ଘରେ ଶ୍ରୀ ଜଗନ୍ନାଥ ଚେତନା ଜ୍ରାଗତ କରିବା ଲକ୍ଷ୍ୟ ନେଇ ପୁରୀର ନିଳାଦ୍ରି ସତ୍ସଘଂ, ଚାରଣ ଗୋଷ୍ଠୀ ଓ ବିଶ୍ୱ ଜଗନ୍ନାଥ ଚେତନା ସଂସଦ ପକ୍ଷରୁ ରବିବାର ଶ୍ରୀ କ୍ଷେତ୍ରରୁ ସାକ୍ଷୀଗୋପାଳ ବେଷ୍ଠବ ପୀଠ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରକୁ ଆସିଥିଲେ । ଏହି ଯାତ୍ରାରେ ଶ୍ରୀ ଜଗନ୍ନାଥ ମହାମନ୍ତ୍ର, କୃଷ୍ଣସହସ୍ରନାମ ପାଠ କରି ପୁରୁଷ ମହିଳା ମାନେ ହରିବୋଲ ପକାଇ ସାକ୍ଷୀଗୋପାଳ ବଜାର ଦେଇ ଶୋଭାଯାତ୍ରାରେ ଆସିଥିଲେ । ମନ୍ଦିର ପରିସରରେ ଏକ ହରିନାମ କୀର୍ତ୍ତନ ସଭାର ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଭଳି କାର୍ତ୍ତିକ ମାସରେ ପୁରୀରୁ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପଦଯାତ୍ରୀ ଦଳଙ୍କୁ ସାକ୍ଷୀଗୋପିନାଥ ସେବାୟତ ସଂଘ ଓ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କ ତୁଳସି ପ୍ରଦାନ କରିବା ସହିତ ସ୍ୱଗତ କରାଯାଇଥିଲା । ସ୍ଥାନୀୟ ଜଗନ୍ନାଥ ପ୍ରେମୀ ଓ କୃଷ୍ଣ ଚେତନାରେ ଅଭିମନ୍ତ୍ରିତ ଭକ୍ତ ମାନେ ଅଂଶ ଗ୍ରହଣ କରିଥିଲେ । କିଛି ସମୟ ପାଇଁ ମନ୍ଦିରରେ ଠାକୁରଙ୍କୁ ପୁଜାର୍ଚ୍ଚନା କରିବା ପରେ ଆଧ୍ୟାତ୍ମିକ ଭଜନ ସଂଗୀତ ଗାନ କରାଯିବା ସହ କାତ୍ତିକମହାତ୍ମା ସମ୍ପର୍କରେ ଆଲେଚନା କରାଯାଇଥିଲା ।
The Jagannath consciousness group performed hymns at the Sakshigopala temple
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୧/୨୦୨୧----୯,୪୦