ଅଁଳାନବମୀ ପାଇଁ ଶେଷ ପ୍ରସ୍ତୁତି ବୈଠକ
The final preparatory meeting for Alanbami
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ଦୁତୀୟ ଗଣପର୍ବ ହେଉଛି ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ । ଏ ବର୍ଷ କରୋନା ଯୋଗୁ ବିନା ଭକ୍ତରେ ପାଳିତ ହେବ ।= ଜିଲ୍ଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ଯ୍ରାତ୍ରୀ ନିବାସ ପରିସରରେ ଶେଷ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଶେଷ କରି କୋଭିଡ ଗାଇଡି ଲାଇନି ଅନୁଯାୟୀ ସେଦିନ ମନ୍ଦିର ଚତୁପାଶ୍ୱର୍ ୧୪୪ ଜାରି କରାଯିବ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏଣ୍ଡାମେଣ୍ଟ କମିଶନର ତ୍ରୀଦିପ୍ତ ମିଶ୍ର,ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ,= ଏସଡିପିଓ ଦେବ ଦତ୍ତ ବରାଳ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ସାକ୍ଷୀଗୋପିନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ଜେନା, ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର ଓ ସମ୍ପାଦକ ଜୟନ୍ତ କୁମାର ନନ୍ଦ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ବିସୟରେ ଆଲେଚନା କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମନ୍ଦିରର ସିଂହଦ୍ୱାର ଫୁଲ ମାଳ ଓ ଆଲୋକ ମାଳରେ ସୁସଜିତ କରାଯିବା । ଠାକୁରଙ୍କ ନୀତିକାନ୍ତି ସଠିକ ସମୟରେ କରାଯିବ ବୋଲି ବୈଠକରେ ନିସ୍ପତି କରାଯାଇଥିଲା ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି, ୧୦/୧୧/୨୦୨୧----୯,୧୦
Sakhigopal News, 10/11/2021