ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ
Gayatri Yajna is held
ସାକ୍ଷୀଗୋପାଳ------- ସାକ୍ଷୀଗୋପିନାଥଙ୍କ ମନ୍ଦିର ନିକଟ ରାମ ମନ୍ଦିର ସମ୍ମୁଖରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ରବୀନ୍ଦ୍ର କୁମାର ଷଡଙ୍ଗୀ ଓ ବନ୍ଦନା ଷଡଙ୍ଗୀ କର୍ତ୍ତୀ ଭାବେ କାର୍ଯ୍ୟ ତୁଲାଇଥିଲେ । ପଣ୍ଡିତ ହରିହର ମହାପାତ୍ର ଓ ସହଯୋଗୀ ରବିନ୍ଦ୍ର ଶତପଥି ଯଜ୍ଞ କାର୍ଯ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ୍ର ମହାପାତ୍ର, ପ୍ରଫୁଲ ଚନ୍ଦ୍ର ମିଶ୍ର, ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ । ଲିଲି ମିଶ୍ର, ଶରତ ପ୍ରଧାନ ଧୂଳି ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଯଜ୍ଞର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରାଯାଇଥିଲା ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି, ୧୦/୧୧/୨୦୨୧----୯,୧୦
Sakhigopal News, 10/11/2021