Breaking News

ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

 Zone level Surveys are held

 


ସାକ୍ଷୀଗୋପାଳ----=ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅଷ୍ଟମରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଟି ବିଦ୍ୟାଳୟର୧୨୬ ଜଣ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।  ଚ୍ରିତାଙ୍କନ, ବକ୍ତୁତା, ସଂଗୀତ, ପ୍ରବନ୍ଧ ଓ ଗ୍ରୁଫନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ସମସ୍ତ  ସିଆରସିସି ଓ ୩୫ଜଣ ଗାଇଡି ଶିକ୍ଷକ ଶିକ୍ଷୟତ୍ର=ୀ ମାନେ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ମଣ୍ଡଳ ଶିକ୍ଷା ଅଧିକାରୀ ଜତେନ୍ଦ୍ର କୁମାର ନାୟକ, ମଣ୍ଡଳ ସାଧାନା କେନ୍ଦ୍ର ସଂଯୋଜକ ପ୍ରଭାସ ଚନ୍ଦ୍ର କରଣ ଯୋଗ ଦେଇଥିଲେ । ଶେଷରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରଥମ, ଦୁତୀୟ ଓ ତୃତୀୟ ପ୍ରତିଯୋଗି ମାନଙ୍କୁ  ପୁରଷ୍କାର ବିତରଣ କରାଯାଇଥିଲା । ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା ଯୋଗଦେଇ  ସୁରଭି କାର୍ଯ୍ୟକ୍ରମ ସମ୍ପର୍କେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅନ୍ୟ ଅତିଥି ମାନଙ୍କ ସହିତ ମୁଖ୍ୟ ଅତିଥି ପୁରଷ୍କାର ବିତରଣ କରିଥିଲେ ।  ସିଆରସିସି ସୋମନାଥ ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁନିଲ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୧/୨୦୨୧---୯,୨୦  

Sakhigopal News, 10/11/221

Blog Archive

Popular Posts