ଯାଦବ ସାଂସ୍କୃତିକ ସମାଜର ବୈଠକ
Meeting of the Yadav Cultural Society ।
ବରଗଡ଼------ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ବଜାର ପ୍ରାଙ୍ଗଣରେ ବରଗଡ ଯାଦବ ସାଂସ୍କୃତିକ ସମାଜ ତଥା ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ର ସଂପାଦକ ନୀଳାମ୍ବର ମଲ୍ଲିକଙ୍କ ଆହ୍ବାନ କ୍ରମେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ହଲଧର ବଗର୍ତ୍ତୀ ।ଏଥିରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ନାରାୟଣ ଭୋଇ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ର ସଦସ୍ୟ କୃଷ୍ନ ଚନ୍ଦ୍ର ମଟାରୀ ଯୋଗ ଦେଇଥିଲେ। ଏଥିରେ ପପଂଗା ପଂଚାୟତ ର ବହୁ ସଂଖ୍ୟାରେ ଯାଦବ ଭାଇ ମାନେ ଯୋଗଦାନ କରିଥିଲେ। ଏହି ସମୟରେ ପପଙ୍ଗା ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯାଇଛି। ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସଭାପତି ଭାବେ ଗୋପିନାଥ ଦୀପ, ଉପସଭାପତି ଅଶ୍ଵିନି ବାଗ, ସଂପାଦକ ପିତାମ୍ବର ଭୁଏ, ସହ ସଂପାଦକ ଅରୁଣ ଭୁଏ, କୋଷାଧକ୍ଷ ସୁଶୀଲ କୁମାର ମେହେର। ଏଥିରେ ଉପଦେଷ୍ଟା ପରିଷଦରେ ଅଧ୍ୟାପକ ନାରାୟଣ ଭୋଇ, ହଲଧର ବଗର୍ତ୍ତୀ, ମାଖନୁ ଚିରଗୁନ, ଅଚ୍ୟୁତାନନ୍ଦ ମହାକୁର ରହିଛନ୍ତି। କମିଟି ସଦସ୍ୟ ଭାବେ ଚୂଡାମଣି ଭୂଏ, ମୁରଲୀ ମାଝୀ, ସନ୍ତୋଷ ବାଗ, ଦେବେନ୍ଦ୍ର ପୋଢ, ତେଜରାଜ ମାଝୀ, ଟିକନୁ ବଗର୍ତ୍ତୀ, ଆନଂଦ କଠାର ପ୍ରମୂଖ ରହିଛନ୍ତି। ପରିଶେଷରେ ବେଦବ୍ୟାସ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୧---୯,୪୫ Sakhigopal News,6/11/2021