Breaking News

୩୪ତମ ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ଚମ୍ପିୟାନସିପ-୨୦୨୧ ଉଦଘାଟନ

Opening of the 38th State Level Handball Championship-2021।


ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ = ହ୍ୟାଣ୍ଡବଲ ଚମ୍ପିୟାନସିପ ୨୦୨୧ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇ କ୍ରୀଡା ପତାକା ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟମରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ବ୍ଳକ ପଶୁ ଚିକିତ୍ସା ଅଧିକାରୀ କେ, ପାର୍ଥ ସାରଥୀ ଡୋରା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସ୍ଥାନୀୟ ସରପଞ୍ଚ ପିୟମ୍ବ=ଦା ରାଉତରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ଓଡିଶା ହ୍ୟାଣ୍ଡବଲ ଆସୋସିଏସନର ଉପସଭାପତି ରାଜ କିଶୋର ମହାନ୍ତି , ପୁର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ , ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏଥିରେ କଟକ, ଢ଼େଙ୍କାନାଳ, କେନ୍ଦ୍ରପଡା, ଯାଜପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ, ଗଜପତି, ଅନୁଗୁଳ, ସୁନ୍ଦରଗଡ, ବୈଦ୍ଧ, ନୟାଗଡ, ଜଗତସିଂହପୁର, ଝାରସୁଗୁଡା ସହିତ ଭୁବନେଶ୍ୱର ଓ ଓଡିଶାପୋଲିସ ଦଳ ଯୋଗ ଦେଇଥିବାର ଜଣାପଡିଛି । ଜାତୀୟ ଓ ରାଜ୍ୟ ସ୍ତରୀୟ କ୍ରୀଡା ବୈଶାଖି ଅଧିକାରୀ ମାନେ ଖେଳ ପରିଚାଳନା କରିଥିଲେ । ମହତାବ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ନଟବର ସେଠୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । 


Opening of the 38th State Level Handball Championship-2021 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୧/୨୦୨୧=---୮,୫୫   Sakhigopal News, 6/11/2021

Blog Archive

Popular Posts