Breaking News

ନୀଳାଚଳ କୃଷକ ମହାସଂଘର ପଞ୍ଚାୟତ ସ୍ତରୀୟ ବୈଠକ

Nilachal Krishak Mahasanghar Panchayat level meeting


=



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର  ରାୟପୁର ଓ ପରଜାପଡା ଗ୍ରାମ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଲସାହି ଠାକୁରାଣିଙ୍କ ପରିସରରେ ବୈଠକରେ ରାମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଯେଉଁପର୍ଯ୍ୟନ୍ତ ଚାଷୀ ଏକ ହୋଇ ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ କୃଷକର ଉନ୍ନତି ହୋଇ ପାରିବ ନାହିଁ ବୋଲି ନୀଳାଚଳ କୃଷକ ମହାସଂଘର ରାଜ୍ୟ ସଭାପତି ତଥା ଆଇନଜୀବୀ ଗୋପିନାଥ ମିଶ୍ର ଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ । ସଂଘର ଉପଦେଷ୍ଠା ମଣ୍ଡଳିର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ଯୋଗଦେଇ = ପଞ୍ଚାୟତ ନିର୍ବାଚନରେ ଜଣେ ଜଣେ କୃଷକ ନେତାଙ୍କୁ ଜିତାଇବାକୁ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ । =ସଂଘ ପକ୍ଷରୁ ବାରମ୍ବାର ଦାବୀ ଫଳରେ ନୂଆଗାଁ ଡ୍ରେନେଜ ସଫେଇ କରାଯିବା ଯୋଗୁ ସୁଫଳ ମିଳିଛି ବୋଲି ଚାଷୀ ନେତା ମାଧବ ଚନ୍ଦ୍ର ବରାଳ, ସର୍ବେଶ୍ୱର ନାୟକ, ପ୍ରତାପ ପାଇକେରାୟ ମତ ପ୍ରକାଶ କରିବା ସହ ମହାସଂଘର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଅରକ୍ଷିତ ଦାସ, ଶୁଶାନ୍ତ କୁମାର ଶତପଥି, କୈଳାସ ପ୍ରଧାନ, ବୁଲା ପରିଡା, ସୁଦାମ ବାରିକ, ବାମନ ଦାସ, ଭାଗରଥି ବରାଳ, ନରେନ୍ଦ୍ର ସ୍ୱାଇଁ, ନଗେନ ବରାଳଙ୍କ ସହିତ ଶତାଧିକ ଚାଷୀ ବୈଠକରେ ଯୋଗ ଦେଇଥିଲେ । ରାମଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Nilachal Krishak Mahasanghar Panchayat level meeting
ସାକ୍ଷୀଗୋପାଳରୁ ଧୀ=ରେନ୍ଦ୍ର ସେନାପତି, ୬/୧୧/୨୦୨୧--- ୮,୪୫

Blog Archive

Popular Posts