Breaking News

ଅନ୍ଧାର ରାତିରେ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍:ଡ୍ରାଇଭର ଫେରାର ,

During the smuggling of cannabis, the Department of Corrections raided and seized 10 kilograms of cannabis.


ଭଞ୍ଜନଗର- ରାତି ପାହିବାକୁ କିଛି ସମୟ ଥିଲା । ସେତିକି ବେଳେ ଦ୍ରୃତଗତି ରେ ଆସୁଥିବା  ସିମେଣ୍ଟ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ  ଦୋକାନ ଉପରକୁ ମାଡ଼ିଗଲା । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ଠାରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଦଶପଲ୍ଲା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଟି ଭାରସାମ୍ୟ ହରାଇ କୁଲାଡ ବଜାର ରେ ଥିବା ତିନୋଟି ଦୋକାନ କୁ ଧକ୍କା ଦେଇଥିଲା । ଫଳରେ ଦୋକାନ ଘର ଗୁଡ଼ିକ ନଷ୍ଟ ହୋଇଥିବା ବେଳେ , ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ବର୍ଷା ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିଲା । ତେଣୁ ଏହି ଦୁର୍ଘଟଣା ରେ କୈାଣସି ଲୋକ ଆହତ ହୋଇନଥିବା ଜଣାପଡିଛି । ଖବର ପାଇ ଭଂଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସେପଟେ କୁଲାଡ ବଜାର ଦେଇ ଦୈନିକ ଶହଶହ ଯାତ୍ରୀବାହୀ ଓ ଭାରୀ ଯାନ ଯାତାୟତ କରୁଥିବା ବେଳେ , କୈାଣସି ସୂଚନା ଫଳକ କିମ୍ବା ଦ୍ରୃତଗତି ରୋକିବା ନେଇ , ବ୍ୟବସ୍ଥା କରାଯାଇନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି । ଏଣୁ ଏଦିଗରେ ପ୍ରତିକାର ବ୍ୟବସ୍ଥା ସହ ବଜାରକୁ ଆସୁଥିବା ଜନସାଧାରଣ ଏବଂ ଦୋକାନୀ ମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।   

Blog Archive

Popular Posts