ଗଞ୍ଜେଇ ଚୋରା ଚାଲାଣ ବେଳେ , ଅବକାରୀ ବିଭାଗ ର ଚଢ଼ାଉ ;୧୦ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ
During the smuggling of cannabis, the Department of Corrections raided and seized 10 kilograms of cannabis.
ଭଞ୍ଜନଗର-- ଅବକାରୀ ବିଭାଗ ଡାଳେ ଡାଳେ ଗଲାବେଳେ , ମାଫିଆ ମାନେ ପତ୍ରେପତ୍ରେ ଯାଉଛନ୍ତି । ପୋଲିସ ଓ ଅବକାରୀ ବିଭାଗ ଯେତେ ଚଢ଼ାଉ କଲେବି , ମାଫିଆ ମାନେ ସେତେ ନୂଆ ନୂଆ ତରିକା ବାହର କରୁଛନ୍ତି । କନ୍ଧମାଳ ଅଞ୍ଚଳରୁ ଯାତ୍ରୀ ଭାବରେ ,ଗୋଟିଏ ପରେ ଗୋଟିଏ ବସ୍ ପରିବର୍ତ୍ତନ କରି ଗଞ୍ଜେଇ ଚାଲାଣ କରୁଥିବା ଜଣେ ମାଫିଆ କୁ ଗିରଫ କରିଛି ଭଂଜନଗର ଅବକାରୀ ବିଭାଗ । ସୂଚନା ପ୍ରକାରେ କନ୍ଧମାଳ ଅଞ୍ଚଳରୁ ରଣପୁରୁ ଥାନା ଅନ୍ତର୍ଗତ ବଡବେଳା ଗ୍ରାମର ଲୋକନାଥ ବେହେରା ଗଞ୍ଜେଇ ଧରି ମୁଜାଗଡ ନିକଟରେ ଲୋକନାଥ ଉକ୍ତ ଗଞ୍ଜେଇ ବସ୍ତା କୁ ଧରି ଖୋଦ୍ଧା ଯିବା ପାଇଁ ବସ୍ କୁ ଅପେକ୍ଷା କରିଥିିଲା। କୈାଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ବ୍ୟବସାୟୀ ଲୋକନାଥ କୁ ଗିରଫ କରିବା ସହ ତାଠାରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିବା ନେଇ ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗ ସୁଚନା ଦେଇଛନ୍ତି । ଏହାକୁ ନେଇ ଭଞ୍ଜନଗର ଥାନା ଅବକାରୀ ଥାନା କେସନଂ ୭୩/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।ଚଢାଉରେ ଏଏସଆଇ ରାମେଶ୍ୱର ବେହେରା,ସନାତନ ନାହକ,କୃଷ୍ଣଚନ୍ଦ୍ର ସେଠୀ,ସୁବଳ ପ୍ରଧାନ ଭାଗ ନେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୧----୯,୩୫ Sakhigopal News,13/11/2021