ସର୍ଟ ସର୍କିଟରୁ ନିଆଁ ଲାଗି ୨ବଖରା ପୋଡିଗଲା
A fire broke out in the short circuit, burning two buildings
ଓଡ଼ଗାଁ : ସାରାରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ଓଡ଼ଗାଁ ତହସିଲ ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତର ମାଳିଆଝୋଲା ଗାଁରେ ସର୍ଟ ସର୍କିଟରୁ ନିଆଁଲାଗି ମିଞ୍ଜୁ ନାୟକଙ୍କ ୨ବଖରା ଘର ସହିତ ସମସ୍ତ ଆସବାପତ୍ର ଜଳିପୋବି ନଷ୍ଟ ହୋଇଯାଇଛି।ଖବର ପାଇ ଓଡ଼ଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ସାହୁ ପହଁଚି କ୍ଷତିଗ୍ରସ୍ତ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇଛନ୍ତି। ମିଞ୍ଜୁ ନାୟକଙ୍କ ସମସ୍ତ ଧାନ,ଚାଉଳ,ଲୁଗାପଟା ସହ ଆବଶ୍ୟକୀୟ କାଗଜପତ୍ର ପୋଡିଯାଇଥିବା ସହ ଆନୁମାନିକ ୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । କ୍ଷତିଗସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଦାବିକରିଛନ୍ତି।
A fire broke out in the short circuit, burning two buildings
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:- ୧୨/୧୧/୨୧ ---୯,୨୦
Sakhigopal News,12/11/2021