Breaking News

କଂଗ୍ରେସ ପକ୍ଷରୁ ଭେଡେନ ବନ୍ଦ ସଫଳ

The congressional hearing about that were exactly where the firing came from.
.ଭେଡେନ---.ଓଡିଶା ଜାତୀୟ କଂଗ୍ରେସ ପାର୍ଟି ର ଆହ୍ଵାନ କ୍ରମେ ସମଗ୍ର ଓଡିଶା ବନ୍ଦ ଡାକରା ରେ  ଭେଡେନ  କଂଗ୍ରେସ କମିଟିର ସଭାପତି  ରମେଶ ପଣ୍ଡା ଙ୍କ ନେତୃତ୍ୱରେ  ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ, ମମିତା ମେହେର ମର୍ଡର ମାମଲା ରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଙ୍କ ବହିଷ୍କାର ଦାବି ପାଇଁ ଭେଡେନ ଠାରେ  ପିକେଟିଂ କରି ସମସ୍ତ ଦୋକାନ ବଜାର, ଅଫିସ, ସ୍କୁଲ, କଲେଜ, ଗାଡି ଚଳାଚଳ  ଫଳରେ ବନ୍ଦ ରହିଥିଲା ।
ଏହି ବନ୍ଦ ପାଳନ ସମୟରେ ବରିଷ୍ଠ ବ୍ଲକ କଂଗ୍ରେସ  ର ଉପଦେଷ୍ଟା ଦଶରଥ ମେହେର, ବିଶ୍ୱଜିତ ହୋତା, ମାଧବ ସାହୁ, ପ୍ରସନ୍ନ ବେହେରା, ସ୍ୱାଧୀନ ରଥ, କ୍ଷୀରସିନ୍ଧୁ ଡାଙ୍ଗ,ପଞ୍ଚାନନ ଧରୁଆ, ସୂର୍ଯ୍ୟ କୁମାର ହୋତା, ପ୍ରଦୀପ ବେହେରା, ଇନ୍ଦ୍ରଜିତ ପଧାନ, ମୋହନ ମେହେର ପ୍ରମୁଖ ଏକ ରାଲି ରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ରୁ ବାହାରି ସମଗ୍ର ସହର ପିକେଟିଂ କରାଯାଇଥିଲା  ଫଳରେ ବନ୍ଦ ରହିଥିଲା  । ଅଂଚଳ ର ବହୁ କଂଗ୍ରେସ କର୍ମୀ ଓ ଜନସାଧାରଣ ଯୋଗ ଦେଇ ସହଯୋଗ କରିଥିଲେ ଥିଲେ । ପରିଶେଷରେ ବନ୍ଦ ପାଳନ ଅବସରରେ ଜନସାଧାରଣ ଙ୍କ ସମର୍ଥନ କରି ମିଳିଥିବାରୁ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
 
The congressional hearing about that were exactly where the firing came from.
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୧/୨୦୨୧---୧୦,୨୫ Sakhigopal News,12/11/2021

Blog Archive

Popular Posts