Breaking News

ଏକ ସଙ୍ଗେ ୪୦ଟି ବ୍ରହ୍ମକମଳ ଫୁଲ ଫୁଟିଲା

At the same time, 40 Brahma lotus flowers bloomed .


 ସାକ୍ଷୀଗେ।।ପଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ଅଗଣାରେ ସୋମବାର ରାତିରେ ଏକ ସଙ୍ଗେ ୪୦ ଟି ଫୁଲ ଫୁଟିଛି । ତାଙ୍କ ଅଗଣାରେ ଥିବା ବ୍ରହ୍ମକମଳ ଗଛରୁ ପ୍ରାୟ ୫ବର୍ଷ ରୁ ଅଧିକ ହେବ ଫୁଲ ଫୁଟି ଆସୁଛି । ବିଶେଷ କରି ବର୍ଷା ଓ ଶୀତ ଆରମ୍ଭ ହେଲେ ଏହି ଫୁଲ ଫୁଟିଥାଏ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । କରୋନାଯୋଗୁ ପୁରୀ ଶ୍ରୀଜଗନ୍ନାଥଙ୍କ ପାଖକୁ ନ ନେଇ ପାରିବାରୁ ନିଜ କୁଳଦେବତାଙ୍କ ସହିତ ଗ୍ରାମ ଦେବା ଦେବୀ ଓ ସାକ୍ଷୀଗୋପିନାଥଙ୍କୁ ଫୁଲସମର୍ପଣ କରୁଛି ବୋଲି ଶ୍ରୀ ମହାପାତ୍ର କହନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୯/୧୧/୨୦୨୧---୬,୧୦  

 Sakhigopal News, 9/11/2021

Blog Archive

Popular Posts