ବଡବୋରସିଂ ରେ ବିଜେଡି ର ମିଶ୍ରଣ ପର୍ବ; ପ୍ରଥମ ଥର ପାଇଁ ସାମିଲ ହେଲେ ମହିଳା କର୍ମୀ
ଭଞ୍ଜନଗର ------ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡବୋରସିଂ ପଞ୍ଚାୟତ ରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତର ବଡବୋରସିଂ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ , କଂଗ୍ରେସ ଓ ବିଜେପି ଦଳ ତ୍ୟାଗକରି ଶତାଧିକ କର୍ମୀ ବିଜେଡି ରେ ଯୋଗଦାନ ଦେଇଥିଲେ । ଆୟୋଜିତ ମିଶ୍ରଣ ପର୍ବ ରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଯୋଗଦେଇ ନବାଗତ କର୍ମୀଙ୍କୁ ସ୍ବାଗତ ଜଣାଇଥିଲେ । ବେଲଗୁଣ୍ଠା ବ୍ଳକ ତଥା ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜୁଜନତା ଦଳର ଶକ୍ତି ବୃଦ୍ଧି ପାଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଏହାସହ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଦଳ ଭଲ ଫଳାଫଳ ହାସଲ କରିବ ବୋଲି ଅନ୍ୟତମ ଅତିଥି , ବେଲଗଣ୍ଠା ବ୍ଳକ ବିଜେଡି ସଭାପତି ତଥା ବ୍ଳକ୍ ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ଅମିତ୍ କୁମାର ନାୟକ , ବେଣିପଲ୍ଲୀ ସମିତି ସଭ୍ୟ ଦୁର୍ଗାମାଧବ ନାୟକ , ବଡବୋରସିଂ ସମିତିସଭ୍ୟା ମମତା ଭୋଳ , କୁଞ୍ଜବିହାରୀ ମହାନ୍ତି , ନିକୁଞ୍ଜ ବିହାରୀ ଖଣ୍ଡୁଆଳ ଙ୍କ ସମେତ ବେଲଗୁଣ୍ଠା ବ୍ଳକ ବିଭିନ୍ନ ପଞ୍ଚାୟତ ର ଦଳୀୟ ଜନପ୍ରତିନିଧି , ସମର୍ଥକ ଓ କର୍ମୀ ମାନେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା ଓ ପରିଚାଳନା କରିଥିଲେ ସମାଜସେବୀ ତଥା ବ୍ଳକ୍ ବିଜେଡି ସଂପାଦକ ଏସ. ରାମେଶ୍ଵର ପାତ୍ର । ଏହି ମିଶ୍ରଣ ପର୍ବ ରେ ପଞ୍ଚାୟତ ର ବଡବୋରସିଂ , କାଳିଆଗୁଡା, ସାନବୋରସିଂ ସମେତ ବିଭିନ୍ନ ଗ୍ରାମର କର୍ମୀମାନେ , ବିଜୁଜନତା ଦଳ ର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଓ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ କାର୍ଯ୍ୟଦକ୍ଷତା ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା ନେଇ ନବାଗତ କର୍ମୀମାନେ ନିଜ ପ୍ରତିକ୍ରିୟାରେ କହିଥିଲେ । ଅନ୍ୟ ପକ୍ଷରେ ଏହି ମିଶ୍ରଣ ପର୍ବ ରେ ବହୁ ସଂଖ୍ୟକ ମହିଳା କର୍ମୀ ମାନେ ବିଜେଡି ରେ ସାମିଲ ହୋଇଥିଲେ , ଯାହାକି ବେଲଗୁଣ୍ଠା ବ୍ଳକ ରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । କାର୍ଯ୍ୟକ୍ରମ ରେ ହରିଶ୍ଚନ୍ଦ୍ର ଯୋଜନା ବାବଦରେ ୩୫ଟି ପରିବାର କୁ ସହାୟତା ପ୍ରଦାନ କରିଥିଲେ ବିଧାୟକ ଶ୍ରୀ ସ୍ବାଇଁ । ଆସନ୍ତା ଦିନରେ ଦଳପକ୍ଷରୁ ସଂଗଠନ କୁ ତୃଣମୂଳ ସ୍ତରରୁ ଆହୁରୀ ମଜବୁତ ଓ ଅଧିକ କ୍ରିୟାଶୀଳ କରାଯିବ ବୋଲି କାର୍ଯ୍ୟକ୍ରମ ର ସଂଯୋଜକ ରାମେଶ୍ବର ପାତ୍ର ସୂଚନା ଦେଇଛନ୍ତି ।
BJP's amalgamation party in Badborsingh; For the first time, women activists joined .
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୧---୫,୫୦ Sakhigopal News,9/11/2021