କାର ଦୁର୍ଘଟଣା ରେ ଜଣେ ମୃତ
One person was killed in the crash
ଭଞ୍ଜନଗର--- ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଠାରେ କାର ଧକ୍କାରେ ଜଣକ ର ମୃତ୍ୟୁ ହୋଇଛି । ମୃତକ ହେଲେ ଆଦିକାନ୍ତ ଗୌଡ଼ (୫୮) । ସୂଚନା ପ୍ରକାରେ ଆଦିକାନ୍ତ ପରିବା କିଣି ନିଜ ଘରକୁ ଫେରୁଥିଲେ । ସେହି ସମୟରେ ଭଞ୍ଜନଗର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଟାଟା ଇଣ୍ଡିକା କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ । ଧକ୍କା ଦେବାପରେ କାର୍ ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ରେ ଶିକାର ହୋଇଥିବା ଆଦିକାନ୍ତ କୁ ସ୍ଥାନୀୟ ଲୋକେ ଉଧାର କରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
One person was killed in the crash ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୧ , ୯,୫୦ Sakhigopal News,6/11/2021