ଜଟଣୀରେ ଫିକା ପଡିଲା କଂଗ୍ରେସର ଛଅ ଘଣ୍ଟିଆ ଧର୍ମଘଟ ଡାକରା
The six-hour strike by the Congress has faded in Jatani.
ଜଟଣୀ --ଶିକ୍ଷୟିତ୍ରୀ ମମତା ମେହେରଙ୍କୁ ନ୍ୟାୟ ଏବଂ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଶୁକ୍ରବାର କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ହରତାଳ ଏବଂ ଶାନ୍ତିପୂର୍ଣ୍ଣ ଧର୍ମଘଟ ଡାକରା ଦିଆଯାଇଥିଲା । ଜଟଣୀ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଏହି ଧର୍ମଘଟକୁ ସମର୍ଥନ ଦେବାପାଇଁ ଜଟଣୀର ବ୍ୟବସାୟୀ ଭାଇ ଏବଂ ଜନସାଧାରଣଙ୍କୁ ନିବେଦନ କରିଥିଲେ । କିନ୍ତୁ ଜଟଣୀ ବ୍ୟବସାୟୀ ଭାଇ ଏବଂ ଜନସାଧାରଣ କୋର୍ଟ ଦେଇଥିବା ଆଦେଶକୁ ଦୃଷ୍ଟିରେ ରଖି ଆଂଶିକ ସମର୍ଥନ ଜଣାଇଥିଲେ । ଜଟଣୀ କଂଗ୍ରେସ କମିଟିର ସଦସମାନେ ଏକତ୍ରିତ ହୋଇ ଦୁଇ ଚକିଆ ମଟର ସାଇକେଲରେ ଜଟଣୀ ସହର ପରିକ୍ରମା କରି ସ୍ଥାନୀୟ ହରିଭାଇନା ଛକ ଏବଂ ରେଳ ଷ୍ଟେସନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କିଛି ସମୟ ଧାରଣା ଦେଇ ସରକାର ବିରୋଧୀ ସ୍ଲୋଗାନ ଦେଇ ଧର୍ମଘଟ ପ୍ରତ୍ୟାହାର କରିଥିଲେ ।
The six-hour strike by the Congress has faded in Jatani.
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧୧/୨୦୨୧----୪,୩୦
Sakhigopal News, 12/11/2021