ଦାଦା ବଟି ଅଭିଯୋଗରେ ୨ ଗିରଫ
Two arrests on Dada Butty charges ଭଞ୍ଜନଗର-ତାରସିଂ ଥାନା ଅନ୍ତର୍ଗତ ନାରାୟଣପଲ୍ଲୀ ଗ୍ରାମର ୨ ଯୁବକ ସେହି ଗ୍ରାମର ଚରଣ ନାୟକଙ୍କୁ ଦାଦା ବଟି ମାଗିବା ସହ ଗଣ୍ଡଗୋଳ କରିଥିଲେ । ଚରଣ ଗତ ୭ ତାରିଖ ଦିନ ତାରସିଂ ଥାନାରେ ୨ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସ ନଂ୨୯୮/୨୧ରେ ମାମଲା ରୁଜୁ କରି ୨ ଯୁବକକୁ ଗିରଫ କରି କୋର୍ଟ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।ଅଭିଯୁକ୍ତ ହେଲେ ନାରାୟଣ ପଲ୍ଲୀ ଗ୍ରାମର ରଞ୍ଜିତ ନାୟକ ଓ ଶିଶିର ନାୟକ। ଖବର ନେବାରେ ଶିଶିର ଓ ରଞ୍ଜିତ ଦୁହେଁ ମିଶି ଚରଣକୁ ଦାଦା ବଟି ମାଗି ଆସୁଥିଲେ । ଚରଣ ନ ଦେବାରୁ ଉକ୍ତ ଦୁଇ ଯୁବକର ଚରଣର ଘରକୁ ଯାଇ ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିବାରୁ ଏହି ଘଟଣାକୁ ନେଇ ତାରସିଂ ଥାନାରେ ଜଣାଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୧/୨୦୨୧---୯,୨୦
Sakhigopal News,11/11/2021