ଲଘୁଚାପ ଜନିତ ବର୍ଷା ଯୋଗୁ ପନି ପରିବା ଚାଷ ଉଜୁଡି ଗଲା ;ଚାଷୀ ମୁଣ୍ଡରେ ଚଡକ
Vegetable farming was wiped out due to light rains;
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳରେ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିବା ଯୋଗୁ ବିଭିନ୍ନ ୍ରଅଞ୍ଚଳରେ ପନି ପରିବା ଚାଷ ସହିତ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଏ ବର୍ଷ ବହୁ ଆଗରୁ ବର୍ଷା ଛାଡି ଯାଇଥିବାରୁ ଲୋକମାନେ ପନି ପରିବା ଚାଷ କରିଥିଲେ । ଡିପ ଓ ମଧ୍ୟମ ବିଲ ଓ ବାରିରେ କୋଶଳା, ଧନିଆ, ବିନ, ମୂଳା, କୋବି, ଟମାଟୁ, ଜହ୍ନି ଆଦି ଲାଭଜନକ ଫନି ପରିବା ଚାଷ କରିଥିଲେ । ଚାଷୀ ପନିପରିବା ଗଛ ଉଠିବା ଆଗରୁ ଲଘୁଚାପ ଜନିତ ବର୍ଷା ସବୁ ପୋଛି ନେଇଛି । ଅନ୍ୟ ପକ୍ଷେ ଗହିର ମାନଙ୍କରେ ଧାନ କାହାର ଫୁଲ ଉଡାଉଥିବା ବେଳେ କାହାର ଅଧା ଧାନ ହୋଇଛି । ବର୍ଷା ଓ କୋହଲା ପବନ ଯୋଗୁ ଧାନ ଗଛ ଗୁଡିକ ବିଲରେ ପଡିଯାଇଛି । ଯାହାକି ଧାନ ଅଗାଡି ହୋଇଯିବ ବୋଲି ଅନେକ ଚାଷୀ କହନ୍ତି । ଗୋଟିଏ ପକ୍ଷେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀ ଅଣଚାଷୀଙ୍କୁ ସହଯୋଗର ହାତ ବଡାଉଥିବା ବେଳେ ଅନ୍ୟ ପଟେ ପାଣିପାଗ ଚାଷୀ ମାନଙ୍କ ଉପରେ ଦାଉ ସାଧୁଛି ବୋଲି ଚାଷୀ ସନାତନ ପ୍ରଧାନ, ଲକ୍ଷ୍ମୀଧର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବେହେରା, ଲିଙ୍ଗରାଜ ବର , ଦିବାକର ଜେନା ପ୍ରମୁଖ ଚାଷୀ ମାନେ କହନ୍ତି । କୃଷି ବିଭାଗ ସହିତ ରାଜସ୍ୱ ବିଭାଗ ଯୁଦ୍ଧକାଳୀନ ମଧ୍ୟରେ ତଦନ୍ତ କରି ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ନୀଳାଚଳ କୃଷକ ମହାସଂଘର ରାଜ୍ୟ ସଭାପତି ଗୋପିନାଥ ମିଶ୍ର ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।
Vegetable farming was wiped out due to light rains;
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୧/୨୦୨୧----୮,୪୫
Sakhigopal News, 13/11/2021