Breaking News

ଯୁବତୀଙ୍କ ସହ କଥା ହେବା ମହଙ୍ଗା ପଡିଲା ଯୁବକଙ୍କୁ

 It was expensive for a young man to talk to a young woman

ସାକ୍ଷୀଗୋପାଳ---- ଜଣେ ଯୁବତୀ ତାଙ୍କ ମାମୁଁ ଘହ ସତ୍ୟବାଦୀକୁ ଆସିଥିଲେ । ତାଙ୍କୁ ଭଲ ପାଉଥବା  ଦୁଇ ଯୁବକ ଏଠାକୁ ଆସିଥିଲେ । ଦୁଇ ଯୁବକଙ୍କୁ ଯୁବତୀଙ୍କ ସହିତ ଦେଖା ହେବା ମହଙ୍ଗା ପଡିଛି । ସୁଚନାଯୋଗ୍ୟ ଯେ ଯୁବତୀ ଜଣଙ୍କର ନିଜ ଗ୍ରାମର ଜଣେ ଯୁବକ ଓ ତାଙ୍କ ସାଙ୍ଗ ଦୁଇଜଣ ଯୁବତୀଙ୍କ ସହିତ କଥା ବାର୍ତ୍ତା ହେବା ପାଇଁ ସତ୍ୟବାଦୀ ଅଞ୍ଚଳକୁ ଆସିଥିଲେ । କୌଣସି କାରଣରୁ ଉକ୍ତ ଗ୍ରାମରେ ଦୁଇ ଯୁବକଙ୍କୁ ବାରଣ କରିବା ପରେ ମଧ୍ୟ ଯୁବକ ମାନେ କାହା କଥାକୁ ଭୁକ୍ଷେପ କରି ନଥିଲେ । ସେମାନେ ପ୍ରେମ ନିଶାରେ ମସୁଗୁଲ ହୋଇଯାଇଥିଲେ । ଶେଷରେ ଗ୍ରାମବାସୀଙ୍କ ହାତରେ ଧରାପଡି ଉତ୍ତମ ମଧ୍ୟମ ହେବା ପରେ ଜଣେ ମେଡିକାଲ ଯାଇଥିବା ବେଳେ ଆଉ ଜଣେ କଙ୍ଗାରୁ କୋର୍ଟରେ ୫ଶହ ଟଙ୍କା ଜୋରିମାନ ଦେଇ ଖସି ଆସିଥିବା ଜଣାପଡିଛି । ବିଶେଷ ସୁତ୍ରରୁ ଜଣାପଡିଛି ଯେ ଜଣେ ଯୁବକ ପୋସ୍କ ଆଇନରେ ଗିରଫ ହୋଇ ଜେଲ ଯାଇଥବା ଜଣାପଡିଛି । ମାତ୍ର ଏ ସମ୍ପର୍କରେ କେହି ମୁହଁ ଖୋଲିନାହାନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୧/୨୦୨୧----୮,୪୫  

Sakhigopal News, 13/11/2021

Blog Archive

Popular Posts