ମିଶନଶକ୍ତି ମହାସଂଘର ତରବରିଆ ନିର୍ବାଚନକୁ, ବିପିସିଙ୍କ ବିରୋଧରେ ନ୍ୟାୟାଳୟରେ ମାମଲା ରୁଜୁ
The Mission Shakti Mahasanghar has filed a lawsuit against the BPC in a swift election
ଜଟଣୀ,----: ଜଟଣୀବ୍ଲକ ଛଣଘର ପଞ୍ଚାୟତ କୁସୁମାଟି ଅଞ୍ଚଳରେ ମିଶନଶକ୍ତିର ୧୨୦ଟି ଗୋଷ୍ଠି କାର୍ଯ୍ୟରତ । ଏଥିରେ କୁସୁମାଟି ଅଞ୍ଚଳରପ୍ରଭାତି ମାଝି ଗୋଷ୍ଠି ଆରମ୍ଭରୁ କାର୍ଯ୍ୟ କରିଆସୁଥିବା ବେଳେ ଚଳିତବର୍ଷ ଏପ୍ରିଲ ୧୩ତାରିଖରେ ହୋଇଥିବା ନିର୍ବାଚନକୁ ଡକାଯାଇନଥିଲା ବୋଲି ଅଭିଯୋଗ ହୋଇଛି । ମିଶନଶକ୍ତିର ୧୨୦ଗୋଷ୍ଠି ମଧ୍ୟରୁ ମାତ୍ର ୧୮ଟି ଗୋଷ୍ଠିକୁ ନେଇ ତରବରିଆଭାବେ ନିର୍ବାଚନ କରାଯାଇଥିଲା । ଏନେଇ ବହୁ ଗୋଷ୍ଠିର କର୍ମକର୍ତାମାନେ ଅଭିଯୋଗ କରିଥିଲେ । ପୁର୍ବରୁ କୈାଣସି ନିର୍ବାଚନ ଜନିତ ସୂଚନା ପ୍ରଦାନ ନକରି ତରବରିଆଭାବେ କିପରି ଅଳ୍ପକିଛି ଗୋଷ୍ଠିକୁ ନେଇ ନିର୍ବାଚନ କରାଗଲା ସେନେଇ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରାଯାଇଛି । ଏହି ନିର୍ବାଚନରେ ଜଟଣୀ ବ୍ଲକ ବିପିସି( ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର), ବ୍ଲକ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ଇତ୍ୟାଦି ଯୋଗଦେଇଥିଲେ । ହେଲେ ଗୋଷ୍ଠିର ସଦସ୍ୟା ପ୍ରଭାତିଙ୍କୁ ଏହି ନିର୍ବାଚନରେ କେଉଁ ଉଦ୍ୟେଶ୍ୟରେ ଡକାଗଲା ନାହିଁ ବୋଲି ବିପିସିଙ୍କୁ ପ୍ରଶ୍ନ କରିଥିଲେ । ମାତ୍ର ବିପିସି ସନ୍ତୋଷ କୁମାର ଦାସ କୈାଣସି ସନ୍ତୋଷଜନକ ଉତର ଦେଇପାରିନଥିବା କହିଛନ୍ତି ପ୍ରଭାତି । ତେବେ ଏନେଇ ପ୍ରଭାତି ଜଟଣୀ =ବିଡିଓ, ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ଏହାକୁ ନେଇ ବିପିସି ଉତକ୍ଷୀପ୍ତ ହୋଇ ପ୍ରଭାତିଙ୍କ ହାତରୁ ମହାସଂଘର ସଭାଖାତା ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ବଳପୁର୍ବକ ଛଡାଇନେଇଯାଇଥିବା ଅଭିଯୋଗ କରିଛନ୍ତି । ଅଗଷ୍ଟ ୧୧ ତାରିଖରେ ବ୍ଲକ କାର୍ଯ୍ୟାଳୟରେ ମହାସଂଘର ବୈଠକ ଚାଲିଥିଲା ବେଳେ ସେଠାରେ ପ୍ରଭାତି ପହଁଚି ବିପିସି ସନ୍ତୋଷଙ୍କୁ ଛଡାଇନେଇଥିବା କାଗଜପତ୍ର ମାଗିଥିଲେ । ମାତ୍ର ସନ୍ତୋଷ ଏହାକୁ ଫେରାଇବା ପରିବର୍ତେ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିଥିଲେ = । ଘଟଣାର ତଦନ୍ତ କରାଯାଉ ବୋଲି ଜିଲାପାଳ, ଉପଜିଲାପାଳ,ଜଟଣୀ ଥାନା,ବିଡିଓ, ସିଡିପିଓ ପ୍ରଭୃତି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗଗୁଡିକ ଗତ ୨ରୁ ୪ମାସ ପୁର୍ବରୁ ଦିଆଯାଇଥିବା ବେଳେ କୈାଣସି ସମାଧାନ ନହେବାରୁ ପ୍ରଭାତି ନିଜର ସମ୍ମାନକୁ ଦୃଷ୍ଟିରେ ରଖି ନ୍ୟାର୍ଯ୍ୟ ପାଇବା ଦାବିରେ ସେପ୍ଟେମ୍ବର ୨୫ ତାରିଖରେ ଜଟଣୀ ଜେଏମଏଫସି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏ ସଂକ୍ରାନ୍ତରେ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ସନ୍ତୋଷ କୁମାର ଦାସଙ୍କୁ ପଚାରିବାରେ ସେ କୁହନ୍ତି, ମୋ ବିରୋଧରେ ପ୍ରଭାତିଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସଂପୁର୍ଣ୍ଣ ଭିତିହୀନ ଓ କପୋଳକଳ୍ପିତ ।ଜଟଣୀ ଜଟଣୀରୁ =ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୪/୧୧/୨୦୨୧----୩,୧୫
Sakhigopal News, 14/11/2021