Breaking News

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁଁ ମୋବାଇଲ ମାଧ୍ୟମରେ କଂଗ୍ରେସ ଆଣିଲା ଆପ

ସାକ୍ଷୀଗୋପାଳ ---- ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ଏବେ କଂଗ୍ରେସ ଦଳ ପକ୍ଷରୁ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଆରମ୍ଭ ହୋଇଛି ଏକ ପ୍ରୟାସ । ତାହା ପୁଣି ଅନଲାଇନ ଆପରେ ।  ଏହି  ଅନଲାଇନ ଆପ ଟି ବୁଧବାର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ସତ୍ଯବାଦୀ  ମଣ୍ଡପ ପରିସରରେ ଉଦଘାଟିତ ହୋଇଯାଇଛି । ସତ୍ୟବାଦୀ କଂଗ୍ରେସ ନେତା ମନୋଜ ରଥ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୂ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପରେ ପରେ ଏହି ସମସ୍ୟାର ସମାଧାନ ନିମନ୍ତେ ଲୋକାର୍ପଣ କରିଥଲେ ଅଭିଯୋଗ ଶୁଣାଣୀ ମୋବାଇଲ୍ ଆପ ଏବଂ ସ୍କାନର ।  
ଏହି ଆପ ର ସ୍କାନର କୁ ଗୁଗଲ ଲେନ୍ସ ରେ ସ୍କାନ କରି ଆପରେ ଅଭିଯୋଗକାରି ଙ୍କ ବିବରଣୀ ଏବଂ ସମସ୍ୟା ଦାଖଲ କଲେ ମନୋଜ ରଥ ଙ୍କ ନେତୃତ୍ୱରେ ସତ୍ୟବାଦୀ କଂଗ୍ରେସ୍ ତରଫରୁ ପ୍ରାୟାସ କରାଯିବ ଏହି ସମସ୍ୟାର ସମାଧାନ ପାଇଁ।
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ସମସ୍ତ ସମ୍ପ୍ରଦାୟର ଜନସାଧାରଣଙ୍କ ନିଜସ୍ୱ  ଏବଂ ନିଜ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରୟାସ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ରଥ। ଅନ୍ୟ ପକ୍ଷରେ ଶ୍ରୀ ରଥ କହିଥିଲେ ଏ ସରକାର ଶୋଇଛନ୍ତି ତାଙ୍କର ନିଦ ଆମେ ହଜେଇଦେବୁ । ଅଭିଯୋଗ ପାଇବା ମାତ୍ରେ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଯିବ ଯଦି କାର୍ଯ୍ୟକାରୀ ନହେଲେ ଜିଲ୍ଲାପାଳ ଓ ପରେ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅଭିଯୋଗ ପହଞ୍ଚାଇବା ଦାୟିତ୍ୱ ନେବେ କଂଗ୍ରେସ ଦଳ । ନ୍ୟାୟ ବା ଅଭିଯୋଗ ର ସମାଧାନ ନ ହେବା ପର୍ଯ୍ୟନ୍ତ ଅଭିଯୋଗ ଜାରି ରହିବ । ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ସରକାର ତାଙ୍କ କଥାକୁ କେତେ ଗୁରୁତର ଦେଲେ ସେ ସମ୍ପର୍କରେ ଜଣାଇଦିଆଯିବ ବୋଲି ଶ୍ରୀ ରଥ କହିଛନ୍ତି।
ଏହି ଅବସରରେ ସତ୍ୟବାଦୀ କଂଗ୍ରେସ ତରଫରୁ ଅନୁଷ୍ଟିତ ହୋଇଥିଲା କର୍ମି ସମିଳନୀ, ଏଥିରେ ସତ୍ୟବାଦୀ ଏବଂ କଣାସ ଅଞ୍ଚଳର ବଛା ବଛା ନେତୃବୃନ୍ଦ ସାମିଲ ହୋଇଥିଲେ ଏବଂ ପରେ ପରେ ସବୁ କର୍ମୀଙ୍କୁ ନିଜ ଅଞ୍ଚଳ ରେ ଜନ ସଚେତନ ପାଈଁ ଲିଫ୍ଲେଟ ବଣ୍ଟନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ଏବଂ ଯୁବ ସଦସ୍ୟ ଧନେଶ୍ୱର  ବରାଳ, କାଳୁ ପାଣି ,ପବିତ୍ର ସୁବୁଦ୍ଧି ,ରଞ୍ଜିତ ପଳେଇ, ପବିତ୍ର ସ୍ୱାଇଁ, ବାଦଲ ପ୍ରାସାଦ ପାତ୍ର, ପ୍ରଭାତ ପୁରି ଙ୍କ ସହିତ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା  କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୭/୨୦୨୫----୮,୪୫ Sakhigopal News,30/7/2025


Blog Archive

Popular Posts