Breaking News

ବସ ଟ୍ରକ ପଛରେ ପିଟି ହେବାରୁ ୪୦ ଯାତ୍ରୀ ଆହତ; ୫ ଗୁରୁତର

 ଅତାବିରା---- ବରଗଡ ଜିଲ୍ଲା ବରଗଡ- ସମ୍ଭଲପୁର ଜାତୀୟ ରାଜପଥର ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତସଠୀ ଜୁରିଆ ଜୋର ଠାରେ ଏକ ଯାତ୍ରୀ ବାହି ବସ ନିଜର ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟି ହୋଇଯାଇଥିଲା  । ସେଥିରେ ଥିବା ପ୍ରାୟ ୫୦ ଜଣ ଯାତ୍ରୀ ମାନଙ୍କ ମଧ୍ୟରୁ ୪୦ ଜଣ ଅଳ୍ପ ବହୁତ ଖଣ୍ଡିଆ ଖାବେରା ହୋଇଥିଲେ  । ସେମାନଙ୍କ୍ ମଧ୍ୟରୁ ୫ ଜଣ ଗୁରୁତର ଭାବେର ଆହତ ହୋଇ ବୁଲା ମେଡିକାଲରେ ଚିକିତ୍ସା ହୋଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବସଟି ବାହାଘର ସାରି ଅଡଗାଁ ଗ୍ରାମକୁ ଫେରୁଥିଲା  । ପିଙ୍କି ନାମ ବସନଂ ଓଆର- ୧୫- ପି- ୩୫୦୦ ଟି  ଆଗରେ ଯାଉଥିବା ଏକ ୧୦ ଚକିଆ ଟ୍ରକ ନଂ ଏମ. ଏଚ. ୧୨- ଏମ. ଭି ୪୨୨୧ ପଛରୁ ପିଟିଥିଲା  ।  ବସରେ ଥିବା କିଛି ଯାତ୍ରୀ ଗାଡି ମାଡ ହେବା ପରେ ଗାଡିରୁ ଛିଟିକି ପଡିଥିଲେ  । ବସର ଆଗ ପଟ ସମ୍ପର୍ଣ୍ଣ ଭାଙ୍ଗିରୁଜି ଯାଇଛି ।  ସ୍ଥାନୀୟ ଯୁବକ ଓ ଅନ୍ୟ ଗାଡିର ଯାତ୍ରୀ  ଓ ଅତାବିରା ଅଗ୍ନିଶମ ବିଭାଗର କର୍ମାଚରୀ ମାନଙ୍କ ସହଯୋଗରେ ଆହତ ଯାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଥିଲା । ଘଟଣା ଘଟିବା ପରେ ପୋଲିସ ବିଳମ୍ବରେ ସେଠାରେ ପହଞ୍ଚିନଥିଲା  । ଯାହାଫଳରେକି ଜାତୀୟ ରାଜପଥ ଦୁଇଘଣ୍ଟା  ଟ୍ରାଫିକ ସମସ୍ୟା ଦେଖାଯାଇଥିଲା  । ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଚଳାଚଳ ସଠିକ କରିବା ସହ ଦୁର୍ଘଟଣା ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରହିଛି  ।
 ଅତାବିରାରୁ ନବୀନ ଦାଶ

Blog Archive

Popular Posts