ଆଜି ପର୍ଯ୍ୟନ୍ତ ସୁଧୁରି ପାରିଲାନି ସହରର ମୁଖ୍ୟ ରାସ୍ତା ,; ରାତି ପାହିଲେ ଗଣେଶ ପୂଜା,ଦୟନୀୟ ଅବସ୍ଥାରେ ସହରର ମୁଖ୍ୟ ରାସ୍ତା
ଜଟଣୀ :-- ପ୍ରଭୁ ଗଜାନନଙ୍କ ପୂଜା ପାଇଁ ଓଡିଶା ପ୍ରସିଦ୍ଧ ରୂପେ ପରିଚିତ ଜଟଣୀ ସହର l ତେଣୁ ପ୍ରତି ବର୍ଷ ଗଣେଶ ପୂଜା ଆସିଲେ ପ୍ରଶାସନିକ କ୍ଷେତ୍ରରେ ପୂଜାର ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥାଏ l ବୈଠକରେ ସହରର ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ରାସ୍ତାଘାଟ ଏବଂ ଟ୍ରାଫିକ ସମସ୍ୟାର ଅବ୍ୟବସ୍ଥା କୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ବଜାର କମିଟି ଏବଂ କ୍ଲବର ସଦସ୍ୟମାନେ ଅବଗତ କରାଇଥାନ୍ତି l ଯୋଗ ଦେଇଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥାନ୍ତି l
କିନ୍ତୁ ଅଧିକାରୀ ମାନେ ଦେଇଥିବା ପ୍ରତିଶୃତି ପାଣିର ଗାର ବୋଲି ଅତ୍ୟୁକ୍ତି ହେବ ନାହିଁ l ଆଉ ମାତ୍ର ଗୋଟିଏ ଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ l କିନ୍ତୁ ସହରର ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା, ରାସ୍ତାଘାଟ ସମସ୍ୟା ଗୁଡିକ ସମାଧାନ ହୋଇପାରିଲା ନାହିଁ l ସହରର ମୁଖ୍ୟ ରାସ୍ତା ହରିଭାଇନା ଛକ ଠାରୁ ସେଞ୍ଚୁରୀୟାନ ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା କହିଲେ ନ ସରେ l କେବଳ ଖାଲଖମାରେ ପୂର୍ଣ୍ଣ ରାସ୍ତା l ପୂର୍ତ୍ତ ବିଭାଗ ପୂଜାର ମାହୋଲକୁ ଆଖି ଆଗରେ ରଖି ତରବରିଆ ଭାବେ ରାସ୍ତାରେ ସିମେଣ୍ଟ, ବାଲି ମିଶା ମେଣ୍ଟାଲ ଗୋଡି ପକାଇ ଏବଂ ରାସ୍ତା କଡରେ ମୋରମ ପକାଇ କାମ ସାରି ଦେଇଛି l ବର୍ତ୍ତମାନ ବର୍ଷାରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ରାସ୍ତା କଡ଼ କାଦୁଅରେ ପରିଣତ ହେବା ଫଳରେ ଜନସାଧାରଣ ଯିବା ଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ମୁଖ୍ୟ ରାସ୍ତାକୁ ପକ୍କା କାମ ନ କରି ସିମେଣ୍ଟ, ବାଲି ମିଶା କଂକ୍ରିଟ ପକାଇ କାମ ସାରିବାର କାମ କଣ l ଏହି କାର୍ଯ୍ୟ କେବଳ ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ଆତ୍ମସାତର ମୁଖ୍ୟ କାରଣ ବୋଲି ମତପୋଷଣ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ l ସେହି ପରି ୟୁନିୟନ ବ୍ୟାଙ୍କ ଠାରୁ ସୀତାରାମ ଛକ ଓଭର ବ୍ରିଜର ଦୁଇ ପାର୍ଶ୍ୱ ଅପ୍ରୋଚ ରାସ୍ତା ଆଜି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ହୋଇପାରିଲା ନା ପକ୍କା ରାସ୍ତାରେ ପରିଣତ ହୋଇପାରିଲା l ଏଠି ମଧ୍ୟ ଅନୁରୂପ କାର୍ଯ୍ୟ l ପୂଜା ଗହଳିରେ ବର୍ତ୍ତମାନ ତରବରିଆ ଭାବେ ପୂର୍ତ୍ତ ବିଭାଗ ସେହି ସିମେଣ୍ଟ, ବାଲି ମିଶା ମେଣ୍ଟାଲ ଗୋଡି ପକାଇ ଗୋଟିଏ ପାର୍ଶ୍ଵ ରାସ୍ତା କାମ ପାଇଁ ବନ୍ଦ ଥିବା ବେଳେ ଅନ୍ୟ ଏକ ରାସ୍ତାରେ ଉଭୟ ପଟର ଯାନବାହାନ ଯିବା ଆସିବା ବେଳେ ଟ୍ରାଫିକ ଜାମ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଜନସାଧାରଣ l ବର୍ତ୍ତମାନ ସେହି ରାସ୍ତା ବର୍ଷାରେ ଧୋଇ ହୋଇଗଲାଣି ଏଥି ପ୍ରତି କାହାର ନଜର ନାହିଁ l ପ୍ରଶାସନିକ ଅଧିକାରୀ ଏକ ପ୍ରକାର ସ୍ଥାଣୁ ପାଲଟିବା ଦୁଃଖର ବିଷୟ l କହିବ କାହାକୁ ଶୁଣିବ କିଏ ଜଟଣୀ ରୁ ବୁଦ୍ଧିଜୀବିମାନେ କହନ୍ତି। ଏବେ ଡବଲ ଇଞ୍ଜିନି ସରକାର । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୮/୨୦୨୫---୮,୩୫ Sakhigopal News,26/8/2025