Breaking News

ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଲେ ଗଜାନନ


ସାକ୍ଷୀଗୋପାଳ--- ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଛନ୍ତି ଗଜାନନ ।  ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି କର୍ତ୍ତା ଭାବେ ପୂଜା ସମାପନ୍ନ କରିଥିଲେ ।ସେହିପରି ବାଳିକା ବିଦ୍ୟାଳୟ, ଓଡିଆ ବିଶ୍ୱବିଦ୍ୟାଳୟ ସହିତ  ବିଭିନ୍ନ ବିଦ୍ୟାଳୟ, କଲେଜ,ବେସରକାରୀ ଶିକ୍ଷାଅନୁଷ୍ଠାନ,ବାସୁକେରା ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କ୍ଳବ, ଛକ, ବ୍ୟବସାୟୀ ସଂଘ, ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ, ମାକ୍ଷେତ୍ରପାଳି ଗୋଟିପୁଅ ନୃତ୍ୟୁ ପରିଷଦ, ମାକ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦ , ବରାଳ ବାଲୁଙ୍କେଶ୍ୱର ଗଣେଶ ପୂଜା କମିଟି,  ସାକ୍ଷୀଗୋପାଳ ଗଣେଶ ମଣ୍ଡପ, ବଡ ବଜାର, ସିଂହଦ୍ୱାର, ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ଗଣେଶ ମନ୍ଦିର ସହିତ ବିଭିନ୍ନ ସାହି ମାନଙ୍କରେ ଯୁବକ ସଂଘ  ମାନେ ଗଜାନନଙ୍କୁ ପୂଜା କରିଛନ୍ତି । ସକାଳୁ ସକାଳୁ ପିଲାମାନେ ନୂତନ ବସ୍ର ପରିଧାନ କରି ହାତରେ ଫୁଲ, ନଡିଆ, ରାଶିଲଡୁ, ଫଳମୂଳ ଧରି ପୂଜା ସ୍ଥଳରେ ପହଞ୍ଚିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ । ଅନେକ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ କରାଯାଇଥିଲା ।  ସେହିପରି ବଡବଜାର, ଗେଟବଜାର, ମାଛ ବଜାର ଆଦି ସ୍ଥାନ ମାନଙ୍କରେ ଅପରାହ୍ନରେ ଗଜାନନଙ୍କର ପୂଜା ଅନୁଷ୍ଠିତ ହୋଇଥିଲା  ।  ସେହିପରି ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ରଙ୍ଗ ବେରଙ୍ଗର ଆଲୋକ ସଜା ସହିତ ବିଭିନ୍ନ ତୋରଣ କରାଯାଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୮/୨୦୨୫---୭,୧୦    Sakhigopal News, 27/8/2025

Blog Archive

Popular Posts