Breaking News

ସ୍ୱାଦ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସାକ୍ଷୀଗୋପାଳ ------ ସାକ୍ଷୀଗୋପାଳର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଦ’ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।  ସମଚିନ୍ତା ଧାରାରେ ନୂତନ ପରିବର୍ତ୍ତନ ପାଇଁ ଉନ୍ନତିର ଗଠନ ମୂଳକ କାର୍ଯ୍ୟ କରିବା ସମ୍ପକେ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା  ।  ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ  । ସତ୍ୟଶାନ୍ତି ସ୍ୱୟ ସହାୟକ ସଂଗଠନର ସଙ୍ଗଠିକା ଲକ୍ଷ୍ମୀ ସେଠୀ, ସ୍ୱାଦର କର୍ମକର୍ତ୍ତା ପ୍ରଭାତି ମିଶ୍ର, ମାନସ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ମହିଳା ମାନଙ୍କର ଉନ୍ନତି ହେଲେ ପରିବାରଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ମଉନାବତୀ ମଲିକ, ମନୋରମା ବେହେରା, ସୁପିୟା ନାୟକ ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ  । ଶେଷରେ ଶିଶିର ମିଶ୍ର ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts