Breaking News

ସରକାରୀ କର୍ମଚାରିଙ୍କ ଆବାସିକ ଗୃହ ଉଦଘାଟନ-

ପିପିଲି----ପିପିଲି ବ୍ଲକ ପରିସରରେ ସରକାରୀ କର୍ମଚାରିଙ୍କ ଆବାସିକା ୪ମହଲା ବିଶିଷ୍ଟ ନୁତନ କୋଠା ଗୃହକୁ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀଙ୍କ  ଉଦଘାଟନ କରିଛନ୍ତି  ।  ୭୧ଲକ୍ଷ ଟଙ୍କାରେ ତିଆରି ହୋଇଥିବା ବେଳେ ୮ଟି ସରକାରୀ କର୍ମଚାରିଙ୍କ ପରିବାର ରହିବାର ସୁବିଧା ରହିଥିବା ବ୍ଲକ କନିଷ୍ଠଯନ୍ତ୍ରୀ ବିଜୟାନନ୍ଦ ଗୋଛାୟତ ସୁଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ , ସାଂସଦଙ୍କ ପ୍ରତିନିଧୀ ପ୍ରଫୁଲ୍ଲ ସ୍ୱାଇଁ , ଉପାଧକ୍ଷ ଯୁଧିଷ୍ଟିର ସ୍ୱାଇଁ , ଆତ୍ମା ଅଧକ୍ଷ ଧରଣୀଧର ସାହୁ ,  ବିଡିଓ ଶ୍ୟାମ ସୁନ୍ଦର ଟୁଡୁ ,  ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ , ଆଇନିଜିବି ଶ୍ରୀଧର ପ୍ରଧାନ,  ସଦାଶିବ ଦାସ , ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts