Breaking News

ଦୁଇଶହ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର ର କାର୍ଯ୍ୟାଦେଶ ବାଣ୍ଟିଲେ ବିଧାୟକ ଶ୍ରୀ ମହାରଥୀ

ପିପିଲି-----ପିପିଲି ବ୍ଲକ ପରିସରରେ ଥିବା ସଭା ଗୃହଠାରେ ବିଜୁ ପକ୍କାଘର କାର୍ଯ୍ୟାଦେଶ ହିତାଧିକାରଙ୍କୁ ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥିଭାବେ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ୨୫ଟି ପଞ୍ଚାୟତରୁ ୨୦୦ ଜଣ ଯୋଗ୍ୟ ହିତାଧିକାରିଙ୍କୁ ବିଜୁ ପକ୍କାଘର  କାର୍ଯ୍ୟଦେଶ ପ୍ରଦାନ କରିଥିଲେ  ।  କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ  ।  ବିଡିଓ ଶ୍ୟାମ ସୁନ୍ଦର ଟୁଡୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଧାୟକ ମହାରଥୀ କହିଛନ୍ତି ହିତାଧୀକାରି ମାନେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଗୃହ ନିର୍ମାଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ ଭାବେ ଶେଷକଲେ ବୋନସ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ମହାରଥୀ କହିଥିଲେ  ।  ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ ସାଂସଦ ପ୍ରତିନିଧୀ ପ୍ରଫୁଲ୍ଲ ସ୍ୱାଇଁ ଆତ୍ମା ଅଧକ୍ଷ ଧରଣୀଧର ସାହୁ ବ୍ଲକ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ ପଞ୍ଚାୟତ ନିର୍ବାହି ଅଧିକାରି ରାଜରାଜ ମଇଦ ପ୍ରମୁଖ ଉପସ୍ଥିତ ଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts