Breaking News

ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ;ରଙ୍ଗବେରଙ୍ଗ ଆଲୋକ ଓ ଫୁଲରେ ସଜେଇ ହେବ ମନ୍ଦିର ଓ ବଜାର



 
ସାକ୍ଷୀଗୋପାଳ,-----  ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ହେଉଛି ସାକ୍ଷୀଗୋପିନାଥ ଦେବଙ୍କ ପବିତ୍ର  ଅଁଳାନବମୀ ଓ ବଡଏକାଦଶୀ  ଯାତ୍ରା ଏହି ମାସ୩୧ ତାରିଖ ଓ ନଭେମ୍ବର୨ ତାରିଖରେ ଅନୁଷ୍ଠିତ ହେବ । ଏହି ଯାତ୍ରା କାର୍ତ୍ତିକ ମାସରେ ପଡୁଥିବାରୁ ଏହି ଦିନରେ ମା ରାଧା ରାଣୀଙ୍କ ପାଦ ଦର୍ଶନ କରିବାର ସୁଯୋଗ ବର୍ଷକୁ ଥରେ ମିଳିଥାଏ । ମା ରାଧାରାଣୀଙ୍କ ପାଦ ଦର୍ଶନ କାର୍ତ୍ତିକ ମାସରେ କଲେ ମହାପୁଣ୍ୟ ମିଳେ ବୋଲି  କୁହାଯାଏ । ଏହି ଅବସରରେ ଲକ୍ଷାଧିକ ଭକ୍ତ ମାନଙ୍କର ଗହଳି ଲାଗିରହିଥାଏ । ଏହି ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରାଜ କିଶୋର ଜେନା ଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ଏଥିରେ  ବିଧାୟକ ଓମ ପ୍ରକାଶ ମିଶ୍ର,  ତହସିଲଦାର  ତଥା ସାକ୍ଷୀଗୋପିନାଥ ଦେବ ଙ୍କ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ପ୍ରାଣିଗ୍ରାହି, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଦେବାଶିଷ ନାୟକ ଙ୍କ ସହିତ  ଏସଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା, ସାକ୍ଷଗୋପିନାଥ ଦେବଙ୍କ ସେବାୟତ ସଂଘର ସଭାପତି ବିଜୟ କୁମାର ମହାପାତ୍ର ଓ ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ସହ ସେବାୟତ ସଂଘର ଅନ୍ୟ ସଦସ୍ୟମାନେ  ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଯାତ୍ରା ଦିନ ନୀତିକାନ୍ତି  ସଠିକ  କରାଯିବ ବୋଲି  ସେବାୟତ ସଂଘର ସଭାପତି ଓ ସମ୍ପାଦକ ସଠିକ ସମୟରେ କରାଯିବ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ।  ପରେ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ. ପିତମ ବାଗ ଯୋଗଦେଇ କହିଥିଲେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଡିକାଲ ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଜରୁରୀ କାଳୀନ ଆମ୍ବଲାନସ  ରଖାଯିବ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ଓ କଲେଜ ଛକରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ କରିବା ପାଇଁ ଆରଡି ଓ ଫିଡ୍ୟୁଡି ବିଭାଗର ଅଧିକାରୀ ମାନଙ୍କୁ କୁହାଯାଇଥିଲା । ସେହିପରି ଧାଡିରେ ଭକ୍ତ ମାନେ ଦର୍ଶନ କରିବା ପାଇଁ ବ୍ୟାରିକେଡ ନିର୍ମାଣ କରାଯିବ । ତା ଉପରେ ସିଲିଙ୍ଗ ସହିତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ । ବ୍ଳକ ଅଧ୍ୟକ୍ଷ ଦୂନୀଲ କୁମାର ପଣ୍ଡା କହିଥିଷଲ ଯେ ବାସୁକେରା, ବଜାର ମନ୍ଦିର ପଛପଟ, ଅସ୍ଥାୟୀ ପାକିଂର ସ୍ଥଳ ମାନଙ୍କରେ ଉଚ୍ଚ ସମ୍ପନ୍ନ ଆଲୋକୀକରଣ କରିବା ସହ ଗତ ବର୍ଷ ପରି ଏ ବର୍ଷ ଦର୍ଶନାଥୀ ଯେପରି  ଅସୁବିଧାନହୁଏ ସେଥିପ୍ରତି ସମସ୍ତେ ନଜର ଦେବାକୁ କହିଥିଲେ ।  ସେହିପରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ , ଅଗ୍ନିଶମ, ସଫେଇ ଆଦି ସମ୍ପର୍କେ ଆଲେଚନା କରାଯାଇଥିଲା । ଏହି ଯାତ୍ରା ନଭେମ୍ବର ମାସ ୩୧ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ହେଉଥିବାରୁ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଙ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବାହାର ରାଜ୍ୟରୁ କଳାକାର ମାନଙ୍କୁ ଆଣିବା ପାଇଁ କୁହାଯାଇଥିଲା । ଶେଷରେ ସତ୍ୟବାଦୀ  ବିଧାୟକ ଓମ ପ୍ରକାଶ ମିଶ୍ର ମନ୍ଦିରରେ ଫୁଲ ସଜା ସହିତ ରଙ୍ଗୀନ ଆଲୋକ , ସାଉଣ୍ଡ ସହିତ ଉକ୍ତ ଯାତ୍ରାକୁ ଅତ୍ୟଧିକ ସରସ ସୁନ୍ଦର କରିବା ପାଇଁ ଯାହା ଆବଶ୍ୟକ ପଡିବ ତାହା ସେ ନିଜେ କରିବେ ବୋଲି ବୈଠକରେ ଘୋଷଣା କରିଥିଲେ । ଗତବର୍ଷ ଯେଉଁ ପାସ କେଳାଙ୍କାରି ହୋଇଥିଲା ଏବର୍ଷ ସେପରି ହେବ ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଯେଉଁ ଅଧିକାରୀ ମାନେ ନିଜ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଧାୟକ କହିଥିଲେ। ସେହିପରି ଜାତୀୟ ରାଜପଥ ରେ ହୋଇଥିବା ଖାଲଖମା ତୁରନ୍ତ ମରାମତି କରିବା ପାଇଁ ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ ବୈଠକରେ ବିଧାୟକ ଙ୍କ ନଜରକୁ ଆଣିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଣୁପିୟା ବରାଳଙ୍କ ସହିତ ସତ୍ୟବାଦୀ ବ୍ଳକ ର ବିଭିନ୍ନ ବିଭାଗ ରଅଧିକାରୀ ମାନେ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସାକ୍ଷୀଗୋପିନାଥ ଦେବ ଙ୍କ ମନ୍ଦିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୮/୧୦/୨୦୨୫---୯,୧୦ Sakhigopal News,8/10/2025

Blog Archive

Popular Posts