>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ୱାର୍ଡ କୋଅର୍ଡିନେଟର ନିଯୁକ୍ତିରେ ଅନିୟମିତତା ଅଭିଯୋଗ



    1.  ଜଟଣୀ :- -ଜଟଣୀ ପୌର ପରିଷଦ ପକ୍ଷରୁ ୱାର୍ଡ କୋଅର୍ଡିନେଟର ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିବା ଜଣାପଡିଛି l ମିଳିଥିବା ଏକ ଅଭିଯୋଗ ଅନୁଯାୟୀ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ ରେ ଦୀପାଳୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଜ୍ୟୋତିସ୍ମିତା ପଣ୍ଡା ସମ୍ପୃକ୍ତ ୱାର୍ଡ଼ ର କୋଅର୍ଡିନେଟର ପଦବୀ ପାଇଁ ଆବେଦନ କରିଥିଲେ l ତେବେ ମ୍ୟୁନିସିପାଲଟିରେ ସାର୍ଟିଫିକେଟ ଯାଞ୍ଚ ସମୟରେ ଶ୍ରୀମତୀ ପଣ୍ଡା ଜାଣିବାକୁ ପାଇଥିଲେ ୱାର୍ଡ଼ ନମ୍ବର ୨୨ ରେ ସ୍ଵଚ୍ଛ ସାଥୀ ଭାବେ କାର୍ଯ୍ୟରତ ରୀନାଲତା ଖଣ୍ଡୁଆଳ ଯେକି ସେହି ୱାର୍ଡ଼ ର ସନ୍ତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀରେ ରହିବା ସହିତ ଆଦର୍ଶ ମହାସଂଘର ସଭାନେତ୍ରୀ ମଧ୍ଯ ଅଛନ୍ତି ।  ଏହା ମଧ୍ୟରେ ସେ ଯୋଜନା ବଦ୍ଧ ଭାବେ ତଞ୍ଚକତା କରି ୱାର୍ଡ ନମ୍ବର ୨୧ ରେ ଥିବା ମା ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀରେ ମିଶି ୱାର୍ଡ଼ କୋଅର୍ଡିନେଟର ପଦବୀ ପାଇଁ ଆବେଦନ କରି ସେହି ପଦବୀ ମଧ୍ୟ ହାତେଇଛନ୍ତି l ଏହି ନିଯୁକ୍ତିରେ ସ୍ଥାନୀୟ ୱାର୍ଡ ପ୍ରତିନିଧିଙ୍କ ହାତ ଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ତତ୍କାଳୀନ ପୌର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହା ଫଳରେ ଭୁବନେଶ୍ୱର ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଅଭିଯୋଗ ପତ୍ରର ଏକକିତା ନକଲ ୫ ଟି ସଚିବ, ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛିl ହେଲେ ପରିତାପର ବିଷୟ ଅଦ୍ୟାବଧି ଉକ୍ତ ନିଯୁକ୍ତି ଜାଲିଆତିର କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହା ଫଳରେ ଅଭିଯୋଗକାରିଣୀ ଏ ସମ୍ପର୍କରେ ନ୍ୟାୟାଳୟର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି l ଅନୁରୂପ ଭାବେ ୱାର୍ଡ଼ ନମ୍ବର ୧୨ ରେ ମଧ୍ୟ ଏହିଭଳି ଅନିୟମିତତା ହୋଇଥିବା ଶୁଣିବାକୁ ମିଳୁଛି l ତେବେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ପ୍ରତ୍ୟେକ ୱାର୍ଡ଼ କୁ ସ୍ଵଚ୍ଛ ଓ ମ୍ୟୁନିସିପାଲଟି ବାସିନ୍ଦାଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା ମାଧ୍ୟମରେ ସ୍ଵଚ୍ଛ ସାଥୀ, ୱାର୍ଡ଼ ଅଫିସର ଆଦି ପୂର୍ବରୁ ନିଯୁକ୍ତ ହୋଇଥିଲେ ହେଁ କଣ ଏମିତି ଆବଶ୍ୟକ ପଡିଲାଯେ ୱାର୍ଡ଼ କୋଅର୍ଡିନେଟର ପଦବୀ ସୃଷ୍ଟି କରାଗଲା l ଜନତାଙ୍କ ଟିକସରେ ଏହିଭଳି ବହୁ ଅନିୟମିତତାକୁ ସହଜରେ ସହରବାସୀ ମାନେ ଗ୍ରହଣ କରିପାରୁନଥିବା ବର୍ତ୍ତମାନ ବିଭିନ୍ନ ଖଟିରେ ଆଲୋଚନାର ପ୍ରମୁଖ ବିଷୟ ପାଲଟିଛି l ଅପରପକ୍ଷେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୩/୨୦୨୪-_--୯,୪୫ Sakhigopal News,16/3/2024

    Blog Archive

    Popular Posts