ବିଏଲ ଓ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକର ବିଏଲଓ, ସୁପରଭାଇଜର ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ସତ୍ୟବାଦୀରେ ଥିବା ୧୧୬ଟି ବୁଥ ଦାୟତ୍ୱରେ ଥିବା୧୧୬ ଜଣ ଅଙ୍ଗନୱାଡି ୱାକର, ଶିକ୍ଷକ, ଶିକ୍ଷୟତ୍ରୀ ବିଏଲଓଙ୍କ ସହିତ ସେମାନଙ୍କୁ ସହଯୋଗ କରୁଥିବା ୧୧ଜଣ ସୁପରଭାଇଜର ମାନଙ୍କୁ ସ୍ୱତନ୍ତ୍ର ଭାବେ ବିଡିଓ ଲିପ୍ସା ରାୟ, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ ଓ ଜିପିଓ ସୌଭାଗ୍ୟ ରଞ୍ଜନ କର ତାଲିମ ପ୍ରଦାନ କରିଥିଲେ । ବିଶେଷ କରି ନିର୍ବାଚନ କମିଶନଙ୍କର ଦ୍ୱାରା ପ୍ରଦତ୍ତ ଭୋଟର ସ୍ଳିପି ପ୍ରତି ଭୋଟରଙ୍କ ନିକଟରେ ସଠିକ ସମୟରେ ବିଏଲଓ ମାନେ ପହଞ୍ଚାଇବେ, ଉକ୍ତ ବୁଥକୁ ଯାଇଥିବା ପୁଲିଙ୍ଗି ଅଫିସର ମାନଙ୍କୁ ସହଯୋଗ କରିବା ସହିତ ଭୋଟ ଗ୍ରହଣ ଦିନ ବୁଥରେ ହେଲପ ଡେକ୍ସ ଖୋଲି ସେଠାରେ ଉପସ୍ଥିତ ରହିବାକୁ ବିଡିଓ ଶ୍ରୀମତି ରାୟ କହିଥିଲେ । ଏହି ପ୍ରଶିକ୍ଷଣରେ ବ୍ଳକର ସମସ୍ତ ଜେଇ ଓ ଭିଏଲଡ୍ୟୁ ମାନେ ନିଜ ନିଜ ବୁଥରେ କ’ଣ କ’ଣ ଅସୁବିଧା ରହିଛି ତାହା ଜଣାଇବାସହ ତାର ସମାଧାନ କରିବା ପାଇଁ ବିଡିଓ କହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୪---୭,୨୫ Sakhigopal News, 13/3/2024