Breaking News

ଗୋଲକ ଧାମ ମଠରେ ଷୋଡ଼ଶ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ଅନୁଷ୍ଠିତ



ଜଟଣୀ : ଜଟଣୀ ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀର ଗୁରୁକୂଳ ଆଶ୍ରମ,ଗୋଲକ ଧାମ ମଠରେ ଷୋଡ଼ଶ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ପାଳିତ ହୋଇଯାଇଛି। ରାଧାବଲ୍ଲଭ ମଠ ପୁରୀର ନେମ୍ବାର୍କ ସମ୍ପ୍ରଦାୟର ମଠାଧିଶ ମହନ୍ତ ରାମକୃଷ୍ଣ ଦାସଜୀ ମହାରାଜ ମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ବିଭୂତି ବଳବନ୍ତରାୟ,ପଦ୍ମ ଚରଣ ପ୍ରଧାନ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଶତପଥୀ, ସିଦ୍ଧାର୍ଥ ପାତ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ l ସାତଦିନ ବ୍ୟାପି ପୁରାଣ ପଣ୍ଡା ଭାସ୍କର ଚନ୍ଦ୍ର ରଥଶର୍ମା ପୁରାଣ ପାଠ କରିଥିବା ବେଳେ,ସମାପନ ଉତ୍ସବରେ ମାଁ ବନ ଦୂର୍ଗା ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀ,ଟମାଣ୍ଡୋ ଗୁରୁ ଚରଣ ବାରିକଙ୍କ ସମ୍ପାଦନା ରେ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶହଶହ ମହିଳା ଓ ପୁରୁଷ ଭକ୍ତ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଗୋଲକ ଧାମ ମଠର ମହନ୍ତ କିଶନ ଦାସଜୀ ମହାରାଜ ଓ ମାତା ମଞ୍ଜରୀ ଦେଵୀ ପରିଚାଳନା କରିଥିଲେ । ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀର ସଭାପତି ଯୋଗେଶ ନାୟକ,ସବିତା ହାତୀ, ସୁକାନ୍ତ ବିଶ୍ଵାଳ,ଅନୀତା ସ୍ଵାଇଁ ଓ ଗିରିଧାରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମଟି ବର୍ଷାର ପ୍ରତିକୂଳ ପରିବେଶ ସତ୍ତ୍ଵେ ସରସ ସୁନ୍ଦର ହୋଇଥିଲା। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୦/୩/୨୦୨୪---୬,୫୦ Sakhigopal News,20/3/2024

Popular Posts